ଶାହରୁଖ ଖାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ଭଦୋଦରା ଷ୍ଟେସନରେ ଦଳାଚକଟା ମାମଲାରେ ଚାଲିବନି କେସ  

Published By : Prameya-News7 Bureau | September 26, 2022 IST

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଶାହରୁକ ଖାନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ୨୦୧୭ ମସିହାରେ ଫିଲ୍ମ ରଇସର ପ୍ରଚାର ସମୟରେ ଭଦୋଦରା ରେଲୱେ ଷ୍ଟେସନରେ ହୋଇଥିବା ଦଳାକଚଟା ମାମଲାରେ ଶୁଣାଣି କରି ଏହାକୁ ଅପରାଧିକ ମାମଲା ମାନିବାକୁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି । ଏହା ପୂର୍ବରୁ ଗୁଜରାଟ ହାଇକୋର୍ଟ ମଧ୍ୟ ଅଭିନେତାଙ୍କ ସହ ଜଡିତ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ । ବିଚରାପତି ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ଜଷ୍ଟିସ ସିଟି ରବିକୁମାଙ୍କ ଖଣ୍ଡପୀଠ ଶାହରୁଖ ଖାନଙ୍କ ବିରୋଧରେ ଦାଖଲ ଏକ ଯାଚିକା ଉପରେ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି ।

ଏହି ଯାଚିକାରେ ଆବେଦନକାରୀ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ । ଅଭିନେତାଙ୍କ ବିରୋଧରେ ଦାଖଲ ଅଭିଯୋଗକୁ ରଦ୍ଦ କରିବା ପାଇଁ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରା ପାରିତ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ । ନିଜର ରାୟରେ ଗୁଜରାଟ ହାଇକୋର୍ଟ କହିଥିଲେ, ଶାହରୁଖ ଖାନଙ୍କ ଦ୍ୱାରା କାମକୁ ଅବହେଳା କୁହାଯାଇ ପାରିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ମସିହାରେ ଫିଲ୍ମ ରଇସର ପ୍ରଚାର ସମୟରେ ଭଦୋଦରା ରେଲୱେ ଷ୍ଟେସନରେ ଦଳାଚକଟାରେ ହୃଦଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ୨୦୧୭ ଜାନୁଆରୀ ୨୩ରେ ଭଦୋଦରା ରେଲୱେ ଷ୍ଟେସନରେ ଅଗଷ୍ଟକ୍ରାନ୍ତି ଏକ୍ସପ୍ରେସ ପହଞ୍ଚିବା ପରେ ବଡ଼ ହଙ୍ଗମା ସୃଷ୍ଟି ହୋଇଥିଲା । ଏହି ଟ୍ରେନରେ ଫିଲ୍ମ ପ୍ରଚାର ପାଇଁ ଶାଖରୁଖ ଖାନ ଯାତ୍ରା କରୁଥିଲେ । ଷ୍ଟେସନରେ ଟ୍ରେନ ଅଟକିବା ପରେ ହଜାର ହଜାର ଲୋକେ ଶାହରୁଖଙ୍କୁ ଦେଖିବା ପାଇଁ ଜମା ହୋଇଥିଲେ । ପରେ ଶାହରୁଖ ଖାନଙ୍କ ଫିଲ୍ମର ଟି-ସାର୍ଟ ଏବଂ ଅନ୍ୟ କିଛି ପ୍ରଚାର ସାମଗ୍ରୀ ଭିଡ ଉପରକୁ ଫଙ୍ଗା ଯାଇଥିଲା। ଫଳରେ ସେଠାରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଥିଲା ଏବଂ ହୃଦଘାତରେ ଜଣଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.