suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କ୍ୟାନସର ପୀଡିତଙ୍କ ଶେଷ ଇଚ୍ଛା ପୂରଣ କଲେ ଶାହରୁଖ, ଦେଲେ ଏପରି ସରପ୍ରାଇଜ୍‌

24/05/2023 at 12:04 PM

ମୁମ୍ଵାଇ ୨୪।୦୫: ଅଭିନେତା ଶାହରୁଖ ଖାନ। ବଲିଉଡର କିଙ୍ଗ ଖାନ ଭାବରେ ବେଶ୍‌ ଜଣାଶୁଣା। ଏମିତିକି କିଙ୍ଗ ଖାନଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ବିଲିୟନରେ ନାହିଁ। ନିକଟରେ ଶାହାରୁଖଙ୍କ ବିଷୟରେ ଏଭଳି ଖବର ଆସିଛି। ଯାହା ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଥକୁ ନାହାନ୍ତି। ହଁ, କର୍କଟ ରୋଗ ସହ ଲଢୁଥିବା ପଶ୍ଚିମବଙ୍ଗର ୬୦ବର୍ଷ ବୟସ୍କା ପ୍ରଶଂସକଙ୍କୁ କିଙ୍ଗ ଖାନ ଏଭଳି ସରପ୍ରାଇଜ୍‌ ଦେଇଛନ୍ତି । ଯେଉଁଥିପାଇଁ ସେ ଏତେ ଖୁସି ହୋଇଯାଇଛନ୍ତି କି ତାଙ୍କୁ ଧନ୍ୟବାଦ ଦେଉଛନ୍ତି।

୬୦ ବର୍ଷୀୟ ଶିବାନୀ ଚକ୍ରବର୍ତ୍ତୀ ଶାହରୁଖ ଖାନଙ୍କର ସବୁଠାରୁ ବଡ ପ୍ରଶଂସକ । ସେ ବର୍ତ୍ତମାନ କର୍କଟ ରୋଗ ସହ ଲଢୁଛନ୍ତି। ତାଙ୍କର ଶେଷ ଇଚ୍ଛା କହିଛନ୍ତି ଯେ ସେ ଶାହାରୁଖ ଖାନଙ୍କୁ ଭେଟିବାକୁ ଚାହୁଁଛନ୍ତି। ଯେତେବେଳେ କିଙ୍ଗ ଖାନ ତାଙ୍କ ପ୍ରଶଂସକଙ୍କ ଏହି ଅନୁରୋଧ ବିଷୟରେ ଜାଣିଲେ, ସେ ନିଜକୁ ଅଟକାଇ ପାରିଲେ ନାହିଁ । କିଙ୍ଗ ଖାନ ଭିଡିଓ କଲ୍ ମାଧ୍ୟମରେ ଶିବାନୀ ତାଙ୍କ ସହ କଥାବାର୍ତ୍ତା କଲେ। କିଙ୍ଗ ଖାନ ତାଙ୍କ ସହ ୫ କିମ୍ବା ୧୦ ମିନିଟ୍ କଥା ହୋଇନଥିଲେ ପୁରା ଅଧ ଘଣ୍ଟା ପାଇଁ ସମୟ ଦେଇଥିଲେ। ଶାହାରୁଖ ଶିବନୀଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଶୀଘ୍ର ତାଙ୍କୁ ଦେଖା କରିବେ ଏବଂ ସୁସ୍ଥ ହେବା ପରେ ତାଙ୍କ ଦ୍ୱାରା ପ୍ରସ୍ତୁତ ମାଛ ତରକାରୀ ଖାଇବେ। ଏହା ସହିତ ଶିବାନୀଙ୍କ ଚିକିତ୍ସା ପାଇଁ ମଧ୍ୟ ସାହାଯ୍ୟ କରୁଛନ୍ତି ।

ୱାର୍କପ୬ଣ୍ଟ ବିଷୟରେ କହିବାକୁ ଗଲେ କିଙ୍ଗ ଖାନ ଫିଲ୍ମ ପଠାନ ସହିତ ବକ୍ସ ଅଫିସରେ ଧମାଲ ସୃଷ୍ଟି କରିଥିଲେ। ବର୍ତ୍ତମାନ ତାଙ୍କ ଫିଲ୍ମ ଡଙ୍କି ଏବଂ ଜୱାନ ମଧ୍ୟ ରିଲିଜ ପାଇଁ ପ୍ରସ୍ତୁତ ଅଛି। ଏହି ଚଳଚ୍ଚିତ୍ରରେ କିଙ୍ଗ ଖାନ ପୁଣି ଥରେ ତାଙ୍କର ଆକ୍ସନ୍ ଅବତାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ତାଙ୍କର ଉଭୟ ଚଳଚ୍ଚିତ୍ର ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

   Related Posts