ବାପା ହେଲେ ‘ଜୱାନ’ ନିର୍ଦ୍ଦେଶକ ଏଟଲି, ଫଟୋ ସେୟାର କରି ଦେଲେ ଗୁଡନ୍ୟୁଜ୍
1/02/2023 at 11:12 AM

ମୁମ୍ଵାଇ ୦୧।୦୨: ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ଜୱାନ। ତାହାର ନିର୍ଦ୍ଦେଶକ ଏଟଲି। ବର୍ତ୍ତମାନ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ପ୍ରିୟା ମୋହନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ମାଧ୍ୟମରେ ଏଟଲି ଏବଂ ତାଙ୍କ ପତ୍ନୀ କହିଛନ୍ତି ଯେ ସେମାନେ ଏକ ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଫଟୋରେ ଏଟଲି ଏବଂ ତାଙ୍କ ପତ୍ନୀ ହାତରେ ଛୋଟ ପିଲାଙ୍କ ଜୋତା ଧରିଥିବାର ନଜର ଆସିଛନ୍ତି। ଏହି ଫଟୋର କ୍ୟାପସନରେ ‘ଇଟ୍ସ ଏବୟ’ ଲେଖା ହୋଇଛି । ଏହି ଖୁସି ଖବର ସେୟାର କରିବା ପରେ ପ୍ରଶଂସକଙ୍କ ସମେତ ଅନେକ ସେଲିବ୍ରେଟ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ପ୍ରସିଦ୍ଧ ଅଭିନେତ୍ରୀ କିର୍ତ୍ତୀ ସୁରେଶ ଲେଖିଛନ୍ତି ଯେ ନୂତନ ପିତାମାତାଙ୍କୁ ଅନେକ ଅନେକ ଅଭିନନ୍ଦନ। ଭଗବାନ ତୁମ ପିଲାକୁ ଆଶୀର୍ବାଦ କରନ୍ତୁ। ”ଏହି ସମୟରେ ସାମନ୍ଥା ମଧ୍ୟ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ବ୍ୟତୀତ ଏଟଲିଙ୍କ ଅନେକ ପ୍ରଶଂସକ ମଧ୍ୟ କ୍ରମାଗତ ଭାବରେ କମେଣ୍ଟ ମାଧ୍ୟମରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କହିବାକୁ ଗଲେ ଏଟଲି ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି। ସମ୍ପ୍ରତି ସେ ଶାହରୁଖ ଖାନଙ୍କ ସହ ଜୱାନ ଫିଲ୍ମ ନିର୍ମାଣ କରୁଛନ୍ତି। ଲୋକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଜୱାନରେ ଶାହାରୁଖଙ୍କ ବ୍ୟତୀତ ବିଜୟ ସେଥୁପଥୀଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିବ।