ଶାହାରୁଖଙ୍କ ଫ୍ୟାନ କାନ୍ଦିକି ସେୟାର କଲେ ଭିଡିଓ, କହିଲେ- ପଠାନ୍ ଟିକେଟ୍ ନମିଳିଲେ ଆତ୍ମହତ୍ୟା କରିବି
20/01/2023 at 3:11 PM

ମୁମ୍ଵାଇ ୨୦।୦୧: ସାଧାରଣତଃ ପ୍ରଶଂସକମାନେ ସେମାନଙ୍କର ପ୍ରିୟ କଳାକାରଙ୍କ ପାଇଁ ଦିୱାନା। ଏଥିପାଇଁ ସେମାନେ ସମସ୍ତ ସୀମା ଅତିକ୍ରମ କରିଯାଆନ୍ତି। ଶାହରୁଖଙ୍କ ଏପରି ଜଣେ ପ୍ରଶଂସକ ଅଛନ୍ତି । ଯିଏ ବର୍ତ୍ତମାନ ପଠାନ ଫିଲ୍ମ ବିଷୟରେ କହିଛନ୍ତି। ଯଦି ସ ଫିଲ୍ମ ନ ଦେଖନ୍ତି ତାହାଲେ ଆତ୍ମହତ୍ୟା କରିବେ। ବର୍ତ୍ତମାନ ଏହି ଦୁଇଟି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଚାଲନ୍ତୁ ଜାଣିବା ସେ କାହିଁକି ଏମିତି କହିଲେ।
Mere ko koi help karo plz help me #SRK #Pathaan 1ticket 25th january plz help 😭😭 ilov srk sir #PathaanTrailerOnBurjKhalifa pic.twitter.com/Kl2eD4iaQN
— Riyan (@Riyan0258) January 19, 2023
କହିବାକୁ ଗଲେ ଏହି ଫ୍ୟାନ ଜଣଙ୍କ ନାମ ରିୟାନ । ଯୁବକ ଜଣଙ୍କ କାନ୍ଦିକି ଭିଡିଓ ସେୟାର କରି କହିଛନ୍ତି ସେ ଶାହାରୁଖଙ୍କର ଜଣେ ବଡ ଫ୍ୟାନ୍ । ଫାଷ୍ଟ ଶୋ’ର ଫାଷ୍ଟ ଟିକେଟ୍ ଦରକାର। ଶାହାରୁଖ ସାରଙ୍କୁ ବହୁତ ଭଲ ପାଏ । କିନ୍ତୁ ମୋ ପାଖରେ ଟଙ୍କା ନାହିଁ । ମୋତେ କେହି ସାହାଯ୍ୟ କରୁ ନାହାଁନ୍ତି। ମୋତେ ଟିକେଟ୍ ଦିଅ ଦୟାକରି ଭାଇ, ନହେଲେ ମୁଁ ପୋଖରୀକୁ ଡେଇଁ ମୋ ଜୀବନ ଦେଇ ଦେବି। ତାଙ୍କର ଆର୍ଥିକ ସ୍ଥିତି ଠିକ୍ ନାହିଁ। ଫିଲ୍ମର ଟିକେଟ୍ ପାଇବାରେ ସକ୍ଷମ ନୁହଁନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଅନ୍ୟମାନଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଯେଉଁଥିପାଇଁ ସେ ପଠାନର ଟିକେଟ କିଣି ପାରିବେ।
#Pathaan plz support me friends plz Pathaan 1 tickets plz help 😭😭 #PathaanMovie #PathaanFirstDayFirstShow pic.twitter.com/1ue59cw2OJ
— Riyan (@Riyan0258) January 19, 2023
ଏହା ବ୍ୟତୀତ ଅନ୍ୟ ଏକ ଭିଡିଓରେ କହିଛନ୍ତି ଯେ ଯଦି ମୁଁ ପଠାନ୍ ଫିଲ୍ମ ନଦେଖେ କି ଶାହରୁଖଙ୍କୁ ଭେଟି ନପାରିଲି, ତେବେ ସେ ଜାନୁଆରୀ ୨୫ ରେ ନଦୀକୁ ଡେଇଁ ଆତ୍ମହତ୍ୟା କରିବି। ଏହି ଭିଡିଓ ଗୁଡିକ ପୋଷ୍ଟ ଦେଖିବା ପରେ ଅନେକ ଲୋକ ଭିଡିଓ ଡିଲିଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ଶାହାରୁଖଙ୍କ ଅନେକ ପ୍ରଶଂସକ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। କିଛି ୟୁଜର୍ସ ଟିକେଟ୍ ପଠାଇବା ବିଷୟରେ ଆଲୋଚନା କରିଛନ୍ତି ।