ରିଲିଜ୍‌ ପୂର୍ବରୁ ଲିକ୍‌ ହେଲା ‘ପଠାନ୍‌’ର ଟ୍ରେଲର, ଦମ୍‌ଦାର ଆକ୍ସନରେ ଶାହାରୁଖ

Published By : Prameya-News7 Bureau | January 04, 2023 IST

ମୁମ୍ଵାଇ ୦୪।୦୧: ଫିଲ୍ମ 'ପଠାନ'କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଦୀର୍ଘ ୫ ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି। 'ପଠାନ' ବେସରାମ ରଙ୍ଗ ଏବଂ ଜୁମେ ଜୋ ‘ପଠାନ’ର ଦୁଇଟି ଗୀତ ରିଲିଜ ହୋଇଛି। ହେଲେ ଫିଲ୍ମର ଟ୍ରେଲର ରିଲିଜ ହୋଇନାହିଁ। କିନ୍ତୁ 'ପଠାନ'ର ଟ୍ରେଲର ରିଲିଜ ପୂର୍ବରୁ ଏହା ଅନଲାଇନରେ ଲିକ ହୋଇଥିବା ଦାବି କରାଯାଉଛି।

wp:html /wp:html

ରିଲିଜ ହେବା ପୂର୍ବରୁ ଶାହରୁଖ ଖାନଙ୍କ 'ପଠାନ' ବହୁ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକ ଏବଂ ଫିଲ୍ମର ଗୀତରେ ଅଶ୍ଳୀଳତା ପ୍ରଚାର ଭଳି ଅଭିଯୋଗ ହେତୁ 'ପଠାନ'କୁ ନେଇ ଅନେକ ବିବାଦ ଲାଗି ରହିଛି। ଏଭଳି ପରିସ୍ଥିତିରେ ଏବେ 'ପଠାନ'ର ଟ୍ରେଲରର ଅନଲାଇନ୍ ଲିକ୍ ଖବର ପୁଣିଥରେ ଏହି ଚଳଚ୍ଚିତ୍ରକୁ ଚର୍ଚ୍ଚାକୁ ଆଣିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ଭିଡିଓ ଭୟଙ୍କର ଭାବରେ ଭାଇରାଲ ହେବାରେ ଲାଗିଛି। ଯାହାକୁ 'ପଠାନ'ର ଟ୍ରେଲର ବୋଲି ଦାବି କରାଯାଉଛି।

ଏହି ଭିଡିଓରେ ଶାହାରୁଖ ଖାନ ଜୋରଦାର ଭାବରେ ଲଢେଇ କରୁଥିବାର ନଜର ଆସିଛନ୍ତି। ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ 'ପଠାନ'ର ଟ୍ରେଲର ଲିକ୍ ହୋଇଛି। ଏହି ଭିଡିଓରେ କିଙ୍ଗ ଖାନଙ୍କ ଆକ୍ସନ୍ ଅବତାର ଆପଣଙ୍କୁ ଉତ୍ସାହିତ କରିବ। ଏଭଳି ପରିସ୍ଥିତିରେ, 'ପଠାନ୍' ରିଲିଜ୍ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି, କିନ୍ତୁ ଟ୍ରେଲର ରିଲିଜ୍ ସମ୍ପର୍କରେ ନିର୍ମାତାଙ୍କଠାରୁ କୌଣସି ଅପଡେଟ୍‌ ଆସିନାହିଁ। କିନ୍ତୁ ମିଡିଆ ରିପୋର୍ଟରେ ଏହା ଦାବି କରାଯାଇଛି ଯେ 'ପଠାନ'ର ଟ୍ରେଲର ଏହି ସପ୍ତାହ ଶେଷରେ କିମ୍ବା ଆସନ୍ତା ସପ୍ତାହରେ ରିଲିଜ ହୋଇପାରେ। ଚଳିତ ମାସ ୨୫ଜାନୁଆରୀରେ ଫିଲ୍ମଟି ମୁକ୍ତିଲାଭ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.