ସାଉଥ ସୁପରଷ୍ଟାରଙ୍କୁ ଏମିତି ଡାକିଲେ କିଙ୍ଗଖାନ୍, ଭଡକିଲେ ସାଉଥ୍ ଫ୍ୟାନ୍ସ

Published By : Prameya-News7 Bureau | March 05, 2024 IST

ମୁମ୍ୱାଇ ୦୫/୦୩ : ଗୁଜୁରାଟ ଜାମ୍‌ ନଗରରେ ଶେଷ ହୋଇଛି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ । ତିନିଦିନିଆ ଉତ୍ସବରେ ସାମିଲ ହୋଇଥିଲେ ଅନେକ ସେଲିବ୍ରିଟି । କେବଳ ବଲିଉଡ୍ ନୁହେଁ ହଲିଉଡ ସହ ସାଉଥର ଅନେକ କଳାକାରଙ୍କୁ ବି ଥିଲା ନିମନ୍ତ୍ରଣ । ଏବେ ବି ସୋସିଆଲ ମିଡିଆର ହିଟ୍ ଲିଷ୍ଟରେ ସେଲିବ୍ରିଟିଙ୍କ ସେଲିବ୍ରେସନର ଭିଡିଓ ।

ଏହାରି ଭିତରେ ଆହୁରି ଗୋଟିଏ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ସାଉଥ୍‌ରେ ଝଡ ଉଠିଲାଣି । ଭାଇରାଲ ହୋଇଥିବା ଭିଡିଓରେ କିଙ୍ଗଖାନ୍ ଶାହାରୁଖ ଏମିତି କିଛି କହିଛନ୍ତି ଯାହାକୁ ନେଇ ବେଶ ତାତିଛନ୍ତି ଦକ୍ଷିଣୀ ଦର୍ଶକ । ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖ୍ ସାଉଥ୍ ସୁପରଷ୍ଟାର୍ ରାମ ଚରଣଙ୍କୁ ‘ଇଡଲି ରାମଚରଣ’ କହି ଡାକିଥିଲେ । ଆଉ ତାଙ୍କର ଏଭଳି ବ୍ୟବହାରକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି ।

wp:html /wp:html

ଏଥିପାଇଁ ସୋସିଆଲ ମିଡିଆରେ ଶାହରୁଖ୍ ଖାନଙ୍କୁ ଅନେକ ସମାଲୋଚନା ମଧ୍ୟ କରାଯାଉଛି । ମୋଟାମୋଟି ଭାବେ କହିବାକୁ ଗଲେ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ସମାରୋହର ଦ୍ୱିତୀୟ ଦିନରେ ମଂଚ ଉପରେ ଏକାସଙ୍ଗେ ନୃତ୍ୟ ପରିବେଷଣ କରିଥିଲେ ବଲିଉଡ୍ ତିନି ଖାନ୍ ଶାହରୁଖ- ସଲମାନ – ଆମୀର । ଏହି ସମୟରେ ଆରଆରଆର ଫିଲ୍ମର ସୁପରହିଟ୍ ଗୀତ ନାଚୋ ନାଚୋରେ ତିନି ଖାନ୍ ଡ୍ୟାନ୍ସ କରିଥିଲେ ।

ତେବେ ନାଚିବା ବେଳେ ମନେପଡିଥିଲେ ସାଉଥ ସୁପରଷ୍ଟାର ରାମଚରଣ । ଶାହାରୁଖ୍ ସଂଗେ ରାମଚରଣଙ୍କୁ ମଞ୍ଚ ଉପରକୁ ଡାକିଥିଲେ । ତେବେ ତାଙ୍କର ଡାକିବା ଆପ୍ରୋଚଟା ଥିଲା ଟିକେ ଭିନ୍ନ । ମାନେ ଶାହାରୁଖ ଡାକିବାବେଲେ କହିଥିଲେ – ‘ନାରକୁଣ୍ଡା ନାରଚପ୍ପା ଇଣ୍ଡବନ୍ଦିନୀ ଭେଣ୍ଡ ଇଡଲି ରାମଚରଣ କମ୍ ହିଅର’ । ତେବେ ରାମଚରଣଙ୍କୁ ତାଙ୍କର ଇଡଲି ସମ୍ୱୋଧନ କରିବା ଏହି ତାଙ୍କର ଏଭଳି ବ୍ୟବହାରରେ କ୍ଷୁବ୍ଧ ହୋଇଛନ୍ତି ସାଉଥି ଫ୍ୟାନ । କେହି କେହି କହିଛନ୍ତି ଶାହରୁଖ୍ ଏଭଳି ରାମଚରଣଙ୍କୁ ଇଡଲି କହି ସମ୍ବୋଧନ କରିବା ନିନ୍ଦନୀୟ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.