IPl ମ୍ୟାଚ୍‌ ପାଇଁ ପିଲାଙ୍କ ସହ କୋଲକାତା ପହଞ୍ଚିଲେ ଶାହରୁଖ, ଏୟାରପୋର୍ଟ ବାହାରେ ଦେଖିବାକୁ ମିଳିଲା କଡା ସୁରକ୍ଷା

Published By : Prameya-News7 Bureau | April 14, 2024 IST

ମୁମ୍ଵାଇ ୧୪।୦୪: ବର୍ତ୍ତମାନ ସାରା ଦେଶରେ ଆଇପିଏଲ କ୍ରେଜ ଦେଖାଯାଉଛି। ଆଇପିଏଲକୁ ନେଇ କ୍ରିକେଟ୍ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମ୍ୟାଚ୍ ବିଭିନ୍ନ ସହରରେ ଅନୁଷ୍ଠିତ ହୋଇଯାଇଛି। ଏଥର କୋଲକାତାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍ ପାଇଁ କୋଲକାତା ନାଇଟ୍ ରାଇଡର୍ସର ମାଲିକ ଶାହାରୁଖ ଖାନ୍ ମଧ୍ୟ କୋଲକାତାରେ ପହଞ୍ଚିଛନ୍ତି। 

ବର୍ତ୍ତମାନ କୋଲକାତା ବିମାନବନ୍ଦରରୁ ଶାହାରୁଖଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରବିବାରର ଆଇପିଏଲ୍ ମ୍ୟାଚ୍ ପାଇଁ ଶାହାରୁଖ ଖାନ ଗତକାଲି ରାତିରେ କୋଲକାତାରେ ପହଞ୍ଚିଥିଲେ। କିଙ୍ଗ ଖାନ ତାଙ୍କ ଝିଅ ସୁହାନା ଏବଂ ଅବ୍ରାହମ ଖାନଙ୍କ ସହ ନଜର ଆସିଥିଲେ। ଭିଡିଓରେ ଶାହାରୁଖଙ୍କ ପାଇଁ ବିମାନବନ୍ଦରରେ ପ୍ରବଳ ସୁରକ୍ଷା ଦେଖିବାକୁ ମିଳୁଛି। ଶାହାରୁଖ ଏବଂ ତାଙ୍କର ଦୁଇ ସନ୍ତାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦ୍ୱାରା ଘେରି ରହିଛନ୍ତି। ବିମାନବନ୍ଦର ବାହାରେ କେବଳ ପୋଲିସ୍ ଫୋର୍ସ ଏବଂ ସୁରକ୍ଷା ଦୃଶ୍ୟମାନ ହେଉଛି । 



ଏମିତି କେବେ ଆଗରୁ ହୋଇ ନାହିଁ ଯେମିତି କି କିଙ୍ଗ ଖାନ କିମ୍ବା କୌଣସି ସେଲିବ୍ରେଟିଙ୍କୁ ଏହି ପ୍ରକାରର ସୁରକ୍ଷା ଦିଆଯାଇଛି । ଏପରିକି ଶାହାରୁଖ ଖାନଙ୍କ ଏପରି ସୁରକ୍ଷା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓ ସେୟାର କରିବାବେଳେ ଜଣେ ୟୁଜର୍ସ ଲେଖିଛନ୍ତି - ଶାହାରୁଖ ଖାନଙ୍କ ସୁରକ୍ଷା ଉପରେ ନଜର ରଖିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି - ଶାହାରୁଖ ଖାନ ମ୍ୟାଚ୍ ପାଇଁ କୋଲକାତାରେ ପହଞ୍ଚିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.