ଅମିତାଭ ବଚ୍ଚନଙ୍କ ଦିଓ୍ଵାଲି ପାର୍ଟିରେ ସାମିଲ୍ ହେଲେ ଶାହରୁଖ ଖାନ୍ ଓ କିରଣ ଖେର

Published By : Prameya-News7 Bureau | October 25, 2022 IST

ମୁମ୍ୱାଇ ୨୫/୧୦: ଦୀପାବଳି ଅବସରରେ ଅନେକ ବଲିଉଡ ସେଲିବ୍ରିଟି ନିଜ ନିଜ ଘରେ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ।  ସୋମବାର ଦିନ ବିଗ୍ ବି ଅମିତାଭ ବଚ୍ଚନ  ନିଜ ଘରେ ରଖିଥିଲେ ଦିୱାଲୀ ପାର୍ଟି। ଏହି ଅବସରରେ ତାଙ୍କ ଘରେ ପହଞ୍ଚିଥିଲେ ବଡ଼ ବଡ଼ ଷ୍ଟାର। ସେମାନଙ୍କ ଭିତରେ ଥିଲେ ଅନୁପମ ଖେର, ପତ୍ନୀ କିରନ୍ ଖେର, ଶାହରୁଖ ଖାନ, ତାଙ୍କ ପତ୍ନୀ ଗୌରୀ ଖାନ ଏବଂ କରଣ ଜୋହର । କିରନ୍ ଖେର ଇନଷ୍ଟାଗ୍ରାମରେ ପାର୍ଟିର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଶାହାରୁଖ  ଓ ଅମିତାଭ ବଚ୍ଚନଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା। ଏମିତିରେ ଶାହାରୁଖଙ୍କୁ କେଉଁ ବି ଦିୱାଲୀ ପାର୍ଟିରେ ଦେଖିବାକୁ ମିଳିନଥିଲା। ପ୍ରଥମ କରି ସେ  ଅମିତାଭଙ୍କ ପାର୍ଟିରେ ଆସିଥିଲେ ନଜର ।

{"id":700349,"width":837,"height":472,"sizeSlug":"full","linkDestination":"none"}

କିରଣ ଏବଂ ଶାହାରୁଖ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ବହୁତ ସମୟ ପରେ ସେମାନେ ଏକାଠି ହୋଇଛନ୍ତି।  କିରଣ ଶାହାରୁଖଙ୍କ ସହ ଫଟୋ ସେଆର କରି କ୍ୟାପସନରେ  ଲେଖିଛନ୍ତି, , 'ଗତ ରାତିରେ ମୋର ବନ୍ଧୁ ଶାହାରୁଖ ଖାନଙ୍କ ସହ। ଦିୱାଲିରେ ପୁରୁଣା ବନ୍ଧୁମାନଙ୍କୁ ଭେଟିବାକୁ  ଭଲ ଲାଗେ।‘ଏହି ଅବସରରେ କିରନ୍ ଖେର ଏକ ଲାଲ୍ ସାଲୱାର୍ ଶୁଟ୍ ପିନ୍ଧିଥିଲେ। ଏଥି ସହିତ ଶାହାରୁଖ ଖାନ କଳା ରଙ୍ଗର ପାରମ୍ପାରିକ କର୍ତ୍ତାରେ ନଜର ଆସିଛନ୍ତି।

{"id":700355,"width":820,"height":467,"sizeSlug":"full","linkDestination":"none"}

କିରନ୍ ଖେର ଆଉ ଏକ ପୋଷ୍ଟରେ ସେ  ଅମିତାଭ ବଚ୍ଚନଙ୍କ ସହ ନଜର ଆସିଛନ୍ତି। ଆଉ ଏକ ଫଟୋରେ ତାଙ୍କୁ ଅଭିଷେକ ବଚ୍ଚନ ଏବଂ ସିକନ୍ଦର ଖେରଙ୍କ ସହ ଦେଖିବାକୁ ମିଳିଛି । କ୍ୟାପସନରେ ଲେଖିଛନ୍ତି, 'ବଚ୍ଚନଙ୍କ ସହ ଦିୱାଲୀ।'

ଅମିତାଭଙ୍କ ସହ ଫଟୋ ପୋଷ୍ଟ କରି ଅନୁପମ ଖେର ଲେଖିଛନ୍ତି, 'ଅମିତ ଜୀ, ଜୟା ଜୀ, ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ। ଦୀପାବଳିରେ ଆପଣଙ୍କ ସହ ସମୟ ବିତାଇବା ଖୁବ୍ ଭଲ ଲାଗିଲା। ସ୍ନେହ ଓ ଆଶୀର୍ବାଦ '

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.