ପ୍ରଧାନମନ୍ତ୍ରୀ ଆପଣ ମୋତେ ଭୁଲ୍ ପ୍ରମାଣିତ କରିଦେଲେ: ପଦ୍ମଶ୍ରୀ ପାଇବା ପରେ ଏପରି କହିଲେ ଶାହ ରଶୀଦ ଅହମଦ କାଦ୍ରୀ

Published By : Prameya-News7 Bureau | April 06, 2023 IST

ନୂଆଦିଲ୍ଲୀ: ଚମତ୍କାର ହସ୍ତକଳା ପଇଁ ପାଦ୍ମ ଶ୍ରୀ ପୁରସ୍କାର ପାଇଲେ କର୍ଣ୍ଣାଟକର ଶାହ ରଶୀଦ ଅହମଦ କାଦ୍ରୀ। ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହେବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବଧେଇ ଜଣାଇଲେ ସେତେବେଳେ କାଦ୍ରୀ କହିଲେ- ମୋଦୀ ସାହାବ ଆପଣ ମୋତେ ଭୁଲ୍ ପ୍ରମାଣିତ କରିଦେଲେ। ରଶୀଦ କାଦ୍ରୀଙ୍କ ଠାରୁ ଏପରି ଶୁଣିବା ପରେ ହସିଥିଲେ ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

{"id":768906,"sizeSlug":"full","linkDestination":"none"}

କଥା ହେଲା କାଦ୍ରୀ ତାଙ୍କ ହସ୍ତକଳା ପାଇଁ ଦୀର୍ଘ ୬ ବର୍ଷ ହେଲା ପଦ୍ମ ପୁରସ୍କାର ପାଇଁ ଆବେଦନ କରିଛନ୍ତି। ହେଲେ ତାଙ୍କୁ ମିଳୁ ନଥିଲା। ମୋଦୀ ସରକାରରେ ତାଙ୍କୁ ପୁରସ୍କାର ମିଳିବ ନାହିଁ ବୋଲି ସେ ଭାବି ନେଇଥିଲେ। ହେଲେ ସରକାର ତାଙ୍କୁ ପୁରସ୍କୃତ କରିଛନ୍ତି ବୋଲି ବେଶ୍ ଖୁସୀ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

wp:html /wp:html

ସମସ୍ତ ପୁରସ୍କାର ବିଜେତାଙ୍କୁ ମୋଦୀ ବଧେଇ ଜଣାଉଥିବା ବେଳେ ରଶୀଦ କାଦ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ମାତ୍ରେ ସେ ତାଙ୍କ ମନ ଭିତର କଥା ପ୍ରକାଶ କରିଦେଇଥିଲେ। କାଦ୍ରୀ କହିଥିଲେ “ କଂଗ୍ରେସ ସରକାରରୁ ମୁଁ ପଦ୍ମ ପୁରସ୍କାର ପାଇଁ ଆବେଦନ କରିଆସୁଥିଲି। କିନ୍ତୁ ହେଉନଥିଲା। ଏହାପରେ ଆପଙ୍କ ସରକାରକୁ ନେଇ ମନ ଭିତରେ ଆସିଲା ଯେ ବିଜେପି ସରକାର ଆମକୁ ପୁରସ୍କାର ଦେବନି। କିନ୍ତୁ ଆପଣ ମୋ ଭାବନାକୁ ଭୁଲ୍ ପ୍ରମାଣିତ କରି ମୋତେ ବାଛିଲେ। ଏଥିପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି।”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ବି ପୁରସ୍କାର ବିଜେତାଙ୍କୁ ବଧେଇ ଜଣାଇଥିଲେ। ରଶୀଦ କାଦ୍ରୀଙ୍କ କଥା ଶୁଣି ସମସ୍ତ ପୁରସ୍କାର ବିଜେତା ମଧ୍ୟ ହସି ପକାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.