ଶଫିକୁର୍ରହମାନ ବର୍କଙ୍କ ପରଲୋକ, ୯୩ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

Published By : Prameya-News7 Bureau | February 27, 2024 IST

ମୁରାଦାବାଦ ୨୭।୨: ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ରହମାନଙ୍କ ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଚଳିତମାସ ପ୍ରାରମ୍ଭରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ମୁରାଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ପରଲୋକ ହୋଇଛି।  ବର୍କଙ୍କ ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ସମାଜବାଦୀ ପାର୍ଟିରେ ଶୋକର ପରିବେଶ ସୃଷ୍ଟି ହୋଇଛି।

ସମାଜବାଦୀ ପାର୍ଟି ପକ୍ଷରୁ ଶଫିକୁର୍ରହମାନଙ୍କୁ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ କରାଯାଇଥିଲା ଓ ସେ ସଂସଦର ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ମଧ୍ୟ ଥିଲେ। ସମାଜବାଦୀ ପାର୍ଟି ପକ୍ଷରୁ ଦଳର ସଭାପତି ଅଖିଳେଶ ଯାଦବ ତାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ଏ ନେଇ ପାର୍ଟି ଏକ୍ସରେ ଏକ ପୋଷ୍ଟ ଅପଲୋଡ କରିଥିବା ବେଳେ ‘ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଅନେକବାର ସାଂସଦ ଜନାବ ଶଫିକୁର୍ରହମାନ ବର୍କ ସାହେବଙ୍କ ପରଲୋକ ଅତ୍ୟନ୍ତ ଦୁଃଖଦ’ ବୋଲି ଉଲ୍ଲେଖ କରିଛି।

wp:html /wp:html

ହସ୍ପିଟାଲର ଡାକ୍ତର ଅନୁରାଗ ମଲହୋତ୍ରା କହିଛନ୍ତି ଯେ ମଲ୍ଟି ଅର୍ଗାନ ଫେଲ୍ୟୁର ଯୋଗୁ ତାଙ୍କର ପରଲୋକ ହୋଇଛି। ସେ କହିଛନ୍ତି ଯେ ତାଙ୍କର ଚିକିତ୍ସା ନାତୁଣୀଙ୍କ ପ୍ରତ୍ୟକ୍ଷ ଦେଖରେଖରେ କରାଯାଉଥିଲା। ବର୍କଙ୍କ ପରିବାରରେ ତାଙ୍କର ଏକମାତ୍ର ପୁଅଙ୍କ ବ୍ୟତୀତ ନାତି ଓ ନାତୁଣୀମାନେ ଅଛନ୍ତି। ଏବେ ବର୍କଙ୍କ ଜଣେ ନାତି ବିଧାୟକ ଥିବା ବେଳେ ନାତୁଣୀ ଡାକ୍ତର ଅଛନ୍ତି। ଶଫିକୁର୍ରହମାନ ବର୍କଙ୍କ ଜନ୍ମ ୧୧ଜୁଲାଇ ୧୯୩୦ ମସିହାରେ ଉତ୍ତର ପ୍ରଦେଶର ସମ୍ଭଲରେ ହୋଇଥିଲା।

ସେ ସମାଜବାଦୀ ପାର୍ଟିରୁ ଲୋକସଭା ନିର୍ବାଚନ ଲଢି ସଂସଦକୁ ନିର୍ବାଚିତ ହୋଇଥିଲେ। ସେ ତାଙ୍କ ଜୀବନ କାଳରେ ୪ ଥର ବିଧାୟକ ଓ ୫ ଥର ସାଂସଦ ହୋଇପାରିଥିଲେ। ସେ ପ୍ରଥମ ଥର ସମାଜବାଦୀ ପାର୍ଟି ଟିକଟରେ ୧୯୯୬ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସଂସଦକୁ ଯାଇଥିଲେ। ତେବେ ସେ ୨୦୧୪ ମସିହାରେ ବସପାରୁ ଲୋକସଭା ନିର୍ବାଚନ ଲଢି ସଂସଦକୁ ନିର୍ବାଚିତ ହୋଇଥିଲେ। ଶଫିକୁର୍ରହମାନ ଅନେକବାର ବିବାଦକୁ ମଧ୍ୟ ଆସିଥିଲେ। ସେ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ଲୋକସଭା ସଦସ୍ୟ ରୂପେ ଶପଥ ପାଥ  ନେବା ପରେ ‘ବନ୍ଦେ ମା ତରମ’ କହିବା ଇସ୍ଲାମ ବିରୁଧ ବୋଲି କହିଥିଲେ। ଏହା ସହିତ ସେ ଏହା ପାଳନ କରିପାରିବେ ନାହିଁ ବୋଲି ମଧ୍ୟ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.