ଦ୍ରୁତ ରନ୍ ସଂଗ୍ରହରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କୁ ପଛରେ ପକାଇଲେ ସଫଳୀ ବର୍ମା
27/02/2020 at 3:26 PM

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍ରେ ଲେଡି ସେହେୱାଗ୍ ଭାବେ ପରିଚିତ ସଫାଳୀ ବର୍ମା ଆଇସିସି ୱିମେନ୍ସ ଟି-୨୦ୱାର୍ଲଡ କପ୍ରେ ଦ୍ରୁତ ରନ ସଂଗ୍ରହର ରେକର୍ଡ ନିଜ ନାମରେ ନାମିତ କରିଛନ୍ତି। ସଫଳୀ ଖେଳିଥିବା ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମ୍ୟାଚ୍ରୁ ମୋଟ ୪୩୮ ରନ ସଂଗ୍ରହ କରିଛନ୍ତି। ତେବେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୧୪୭.୯୭ । ଯାହା ଅନ୍ତର୍ଜାତୀୟ କ୍ରିକେଟରେ ସ୍ୱୟଂ ଏକ ରେକର୍ଡ ବୋଲି ଆଇସିସି କହିଛନ୍ତି।

ଦ୍ରୁତ ରନ୍ ସଂଗ୍ରହରେ ସଫଳୀ ଦକ୍ଷିଣ ଆଫ୍ରିକୀୟ ମହିଳା କ୍ରିକେଟର କ୍ଲୋ ଟ୍ରାଇଅନ ଓ ଅଷ୍ଟ୍ରେଲିଆର ଏଲିସା ହିଲୀଙ୍କୁ ବି ପଛରେ ପକାଇଦେଇଛନ୍ତି। ୧୬ ବର୍ଷ ବୟସ୍କା ସଫଳୀ ଆଇସିସି ଟି-ୱାର୍ଲଡ କପ୍ରେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ସହ ୩ଟି ମ୍ୟାଚ୍ ଖେଳିଛନ୍ତି। ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବେଳେ ଏଥିରେ ସଫଳୀ ମାତ୍ର ୧୫ଟି ବଲ ଖେଳି ୨୯ ରନ୍ ସ୍କୋର କରିଥିଲେ। ୫ଟି ଚୌକା ଓ ଗୋଟିଏ ଛକ୍କା ବଳରେ ସେ ଏହି ସ୍କୋର କରିଥିଲେ।

ଦ୍ୱିତୀୟ ମ୍ୟାଚ୍ଟି ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ବେଳେ ସେ ୧୭ଟି ବଲରୁ ୩୯ ରନ ସ୍କୋର କରିଥିଲେ। ଏଥିରେ ତାଙ୍କର ୨ଟି ଚୌକା ଓ ୪ଟି ଛକ୍କା ବି ଥିଲା। ସେହିପରି ତୃତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ବେଳେ ୩୪ଟି ବଲରୁ ୪ଟି ଚୌକା ଓ ୩ଟି ଛକ୍କା ବଳରେ ୪୬ ରନର ଇନିଂସ ଖେଳିଛନ୍ତି। ଏଥିରୁ ଚଳିତ ଟି-୨୦ ୱାର୍ଲଡ କପ୍ର ଏପର୍ଯ୍ୟନ୍ତ ଅନୁଷ୍ଠିତ ମ୍ୟାଚ୍ ରେ ସେ ମାତ୍ର ୬୬ଟି ବଲ ଖେଳି କରିଛନ୍ତି ୧୧୪ ରନ୍। ଏଥିରୁ ତାଙ୍କ ରନ ସଂଗ୍ରହର ହାର ସହଜରେ ଅନୁମାନ କରାଯାଇପାରେ।