ଇସ୍ଲାମାବାଦ: ଆଜି ଟି-୨୦ ବିଶ୍ୱକପ୍ର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ପାକିସ୍ତାନ ଟିମ୍ ପାଇଁ ଇତିହାସ ରଚିଲେ ପାକ୍ ବ୍ୟାଟର ଶାହଦବ ଖାନ। ଗୁରୁବାର(ନଭେମ୍ବର-୩) ଖେଳାଯାଇଥିବା ଏହି ମ୍ୟାଚ୍ରେ ଶାହାଦବ ଟି-୨୦ ବିଶ୍ୱକପରେ ସବୁଠାରୁ ଦ୍ରୁତ ଅର୍ଦ୍ଦଶତକ ହାସଲ କରିଥିବା ଦ୍ୱିତୀୟ ପାକିସ୍ତାନୀ ବ୍ୟାଟର ହୋଇଛନ୍ତି।
ଶାହଦବଙ୍କ ପୂର୍ବରୁ କେବଳ ଶୋଏବ ମଲ୍ଲୀକ ଏହି ରେକର୍ଡର ଅଧିକାରୀ ଥିଲେ। ଗତବର୍ଷ ଟି-୨୦ ବିଶ୍ୱକପରେ ଶରହାଜ କ୍ରିକେଟ୍ ଷ୍ଟାଡିୟମରେ ସେ ସ୍କଟଲାଣ୍ଡ ବିପକ୍ଷରେ ମାତ୍ର ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଆଉ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସାଧବ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ୨୦ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି।
କେବଳ ସେତିକି ନୁହେଁ ଟି-୨୦ ଅନ୍ତର୍ଜାତୀୟରେ ଶାହଦବ ଶାହିଦୀ ଆଫ୍ରିଦିକଙ୍କ ପରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହେବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି।
ଆଜିର ମ୍ୟାଚ୍ରେ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଶାହଦବ ଖାନ। ସେତେବେଳେ ୧୩ ଓଭର ବେଳକୁ ପାକିସ୍ତାନ ୫ ୱିକେଟ୍ ହରାଇ ଦୁର୍ବଳ ସ୍ଥିତିରେ ଥିଲା। ଏହି ସମୟରେ ଦଳ ପାଇଁ ସଂକଟମୋଚନ ସାଜିଥିଲେ ଶାହଦବ। ସିଏ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ପାକିସ୍ତାନ ଟିମ୍କୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଇଫ୍ତିଖାର ଅହମଦ ଓ ଶାହଦବ ଦୁହେଁ ମିଶି ୩୫ ବଲରେ ୮୨ ରନ୍ କରିଥିଲେ।
ଏହି ମ୍ୟାଚରେ ଶାହଦବ ୨୨ ବଲରେ ୫୨ ରନ୍ କରିଥିବା ବେଳେ ଏଥିରେ ୩ ଚୌକା ଓ ୪ ଛକ୍କା ସାମିଲ ଥିଲା। ଫଳରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭର ଖେଳି ୯ ୱିକେଟ ହରାଇ ୧୮୫ ରନ୍ କରିଥିଲା। ୧୮୬ ରନ୍ ଟାର୍ଗେଟ୍ ନେଇ ଖେଳିଥିବା ଦକ୍ଷିଣ ଆଫ୍ରିକା ୩୩ ରନ୍ରେ ପରାସ୍ତ ହୋଇଥିଲା। ମଝିରେ ବର୍ଷା ବାଧକ ସାଜିବାରୁ ମ୍ୟାଚ୍କୁ ୧୪ ଓଭରରେ ସିମିତ ରଖିବା ସହ ୧୪୨ ରନ୍ ଟାର୍ଗେଟ ଦିଆଯାଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ଏହି ଲକ୍ଷ୍ୟତୁ ହାସଲ କରିବାରେ ବିଫଳ ହୋଇଛି।