ଜାଭେଦ ଅଖତର, ଶବାନା ଆଜ୍‌ମୀ ଓ ନଶୀରୁଦ୍ଦିନ ଶାହା ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗର ସ୍ଲିପର ଏଜେଣ୍ଟ: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

Published By : Prameya-News7 Bureau | September 03, 2022 IST

ଭୋପାଳ: ବିଜେପି ନେତାଙ୍କ ବିବାଦୀୟ ବୟାନ। ଅଭିନେତ୍ରୀ ସବାନା ଆଜମୀ, ଅଭିନେତା ନସୀରୁଦ୍ଦିନ ଶାହ ଓ ଗୀତିକାର ଜାଭେଦ ଅଖତରଙ୍କୁ ଟୁକ୍‌ଡେ ଟୁକ୍‌ଡ଼େ ଗ୍ୟାଙ୍ଗର ଏଜେଣ୍ଟ ବୋଲି କହିଲେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା। ସିନେ ବ୍ୟକ୍ତିତ୍ୱମାନେ କେବଳ ବିଜେପି ଶାସିତ ରାଜ୍ୟମାନଙ୍କରେ ହିଁ ହଙ୍ଗାମା କରୁଛନ୍ତି ବୋଲି ଶ୍ରୀ ମିଶ୍ରା କହିଛନ୍ତି।

ସେ କହିଛନ୍ତି “ଶବାନା ଆଜମୀ, ନସିରୁଦ୍ଦିନ ଶାହ ଭଳି ଲୋକ ଟୁକୁଡ଼େ ଟୁକଡ଼େ ଗ୍ୟାଙ୍ଗର ସ୍ଲିପର ସେଲର ଏଜେଣ୍ଟ। ଏମାନେ କେବଳ ବିଜେପି ଶାସିତ ରାଜ୍ୟରେ ହୋଇଥିବା ଘଟଣାଗୁଡ଼ିକୁ ନେଇ ହଙ୍ଗାମା କରିବେ। ହେଲେ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଏବଂ ଝାରଖଣ୍ଡରେ ଯାହା ଘଟିବା ତା ଉପରେ ଚୁପ୍ ରହୁନ୍ତି। ବର୍ତ୍ତମାନ ସେମାନେ ଏକ୍ସପୋଜ୍ ହୋଇସାରିଛନ୍ତି।” ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ନରୋତ୍ତମ ମିଶ୍ରା କହିଛନ୍ତି।

ଗୁଜୁରାଟ ଦଙ୍ଗାରେ ବିଲ୍‌କିସ୍‌ ବାନୋଙ୍କ ଦୁଷ୍କର୍ମ ଓ ପରିବାରକୁ ହତ୍ୟା ଘଟଣାରେ ୧୧ ଅଭିଯୁକ୍ତ ୧୪ ବର୍ଷ ସଜା ପରେ ଗୁଜୁରାଟ ସରକାରଙ୍କ କ୍ଷମା ଦେଇ ଛାଡ଼ି  ଦେଇଥିଲେ। ଏହି ଘଟଣାରେ ଶବାନା ଆଜ୍‌ମୀ ଏକ ଟିଭିରେ ସାକ୍ଷାତକାର ଦେବା ବେଳେ କାନ୍ଦି ପକାଇଥିଲେ। ଏହି ଘଟଣାକୁ ନେଇ ନୋରତ୍ତମ ମିଶ୍ରାଙ୍କୁ ପ୍ରଶ୍ନ କରାଯିବାରୁ ସେ ଏମିତି ଉତ୍ତର ଦେଇଛନ୍ତି।

wp:html /wp:html

ଏମାନଙ୍କ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ରାଜସ୍ଥାନରେ କହ୍ନେୟା ଲାଲ୍‌ଙ୍କ ହତ୍ୟା ଘଟଣାକୁ ନେଇ ଏମାନେ କିଛି କହିଲେ ନାହିଁ। ଝାରଖଣ୍ଡରେ ଆମ ଝିଅକୁ ଜଳାଇ ମାରିଦେଲେ ଏମାନେ ସେଥିରେ ବି କିଛି କହିଲେ ନାହିଁ। ଖାଲି ବିଜେପି ଶାସିତ ରାଜ୍ୟରେ ଘଟଣା ଘଟିଲେ ଏମାନଙ୍କ ମୁହଁ ଖୋଲେ। ଏମାନଙ୍କ ପରିଚୟ ଲୋକେ ଜାଣିସାରିଲେଣି ବୋଲି ନରୋତ୍ତମ ମିଶ୍ରା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.