ଯମଜ ସନ୍ତାନ ସହ ମୁମ୍ଵାଇ ଫେରିଲେ ଇଶା, ଅମ୍ଵାନୀ ପରିବାରରେ ଗ୍ରାଣ୍ଡ ୱେଲକମ
24/12/2022 at 12:24 PM

ମୁମ୍ଵାଇ ୨୪।୧୨: ପ୍ରସିଦ୍ଧ ବିଜନେସ୍ମ୍ୟାନ ତଥା ବ୍ୟବସାୟୀ ମୁକେଶ ଅମ୍ବାନୀ। ବର୍ତ୍ତମାନ ତାଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ସନ୍ତାନ ସହିତ ଭାରତ ଫେରିଛନ୍ତି। ଇଶା ଅମ୍ବାନୀଙ୍କ ଯାଆଁଳା ପିଲାଙ୍କ ନାମ ହେଉଛି କୃଷ୍ଣ ଆନନ୍ଦ ପିରାମଲ ଏବଂ ଆଦିଆ ଆନନ୍ଦ ପିରାମଲ। ୧୯ ନଭେମ୍ବର ୨୦୨୨ରେ ଇଶା ଯମଜ ଶିଶୁକୁ ଜନ୍ମ ଦେଇଥିଲେ । ପିଲାମାନେ ଏକ ମାସର ହୋଇଛନ୍ତି। ଯାହା ବିଷୟରେ ତାଙ୍କ ପରିବାର ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି। ବର୍ତ୍ତମାନ ପିଲାମାନେ ଏକ ମାସର ହେବା ପରେ ଇଶା ପିଲାମାନଙ୍କ ସହିତ ମୁମ୍ବାଇ ଫେରିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୋସିଆଲ ମିଡିଆରେ ଇଶାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହାପୂର୍ବରୁ ଭାଇରାଲ ଭୟାନି ଅମ୍ବାନୀ ଏବଂ ପିରାମଲ ପରିବାରର ପ୍ରସ୍ତୁତିର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଥିଲେ। ଯାହା ଭାଇରାଲ ହେବାରେ ଲାଗିଛି। ଘର ଗୁଡିକ ବହୁତ ଭଲ ଭାବରେ ସଜାଯାଇଛି । ସମସ୍ତଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ସହିତ ବିମାନବନ୍ଦରରୁ ଘରକୁ ଅଣାଯାଇଛି । କୁହାଯାଉଛି ଯେ ଏହି ବିଶେଷ ଉତ୍ସବରେ ଆଶୀର୍ବାଦ ପାଇଁ ଅନେକ ବ୍ରାହ୍ମଣ ମଧ୍ୟ ଉପସ୍ଥିତ ଥିଲେ।
ଏହା ସହ ରିପୋର୍ଟରେ କୁହାଯାଇଛି କି ବିଶେଷ ଉତ୍ସବ ପାଇଁ ଅମ୍ବାନୀ ପରିବାର ପ୍ରାୟ ୩୦୦ କିଲୋଗ୍ରାମ ସୁନା ଅର୍ପଣ କରିବେ। କେବଳ ଏତିକି ନୁହେଁ, ଇଶା ଏବଂ ଦେଶର ପ୍ରସିଦ୍ଧ ମନ୍ଦିରରୁ ପିଲାମାନଙ୍କ ପାଇଁ ପ୍ରସାଦ ମଧ୍ୟ ଅଣାଯାଇଛି। ଯେଉଁଥିରେ ତିରୁପତି ବାଲାଜୀଙ୍କୁ ଶ୍ରୀ ଦ୍ୱାରକାଧିଶ ମନ୍ଦିର ପର୍ଯ୍ୟନ୍ତ ସାମିଲ କରାଯାଇଛି। ଭାଇରାଲ ଭୟାନି ନିଜ ପୋଷ୍ଟର କ୍ୟାପସନ୍ରେ କହିଛନ୍ତି ଇଶା ତାଙ୍କ ପିଲାମାନେ ଏୟାରବେଜ ସ୍ପେଶାଲ ପ୍ଲାଇଟ୍ରେ ମୁମ୍ଵାଇ ଆସିଛନ୍ତି। ମୁମ୍ଵାଇ ଆସିବା ପାଇଁ ହାଇପ୍ରୋଫାଇଲ୍ ଡକ୍ଟର ଟିମ୍ ଲସ୍ ଆଞ୍ଜେଲରୁ ଯାଇଥିଲେ ଯିଏ ଇଶାଙ୍କ ସହ ଫେରିଛନ୍ତି।