ବରଗଡ ମାତୃଛାୟା ଆଶ୍ରମରେ ସଂଗୀନ ଖେଳ : ନିରାଶ୍ରୟ ମହିଳା ଓ ଯୁବତୀଙ୍କୁ ସାଂଘାତିକ ନିର୍ଯାତନା

Published By : Prameya-News7 Bureau | January 23, 2020 IST

ବରଗଡ଼ ୨୩/୧: ନାଁ ମାତୃଛାୟା , ହେଲେ ଏହି ଆଶ୍ରମ ମହିଳାମାନଙ୍କ ପାଇଁ ପାଲଟିଛି ଶୋଷଣର କେନ୍ଦ୍ର । ଆସିଛି ସାଂଘାତିକ ଅଭିଯୋଗ । ନିରାଶ୍ରୟ ମହିଳାଙ୍କୁ ଆଶ୍ରୟସ୍ଥଳୀରେ କରାଯାଉଛି ଯୌନ ଶୋଷଣ । ଆଶ୍ରୟ କେନ୍ଦ୍ରରେ ଅନ୍ତେବାସିନୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା । ଏଭଳି ଅଭିଯୋଗ ଆସିଛି ବରଗଡ଼ରେ ଥିବା ମାତୃଛାୟା ଆଶ୍ରମ ବିରୋଧରେ । ଏଠାରୁ ଯୁବତୀ ଓ ମହିଳା ମାନଙ୍କୁ ବିକ୍ରି କରିଦିଆଯାଉଛି ।

{"id":214811,"sizeSlug":"large"}

ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କୁ ଝିଅ ଓ ମହିଳା ମାନଙ୍କୁ ଦେଖାଇ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଛି । ତା ପରେ ବିବାହ କଥା କହି ବିକ୍ରି କରିଦିଆଯାଉଛି ।ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରଗଡ଼ ସଦର ଥାନା ଅନ୍ତର୍ଗତ ଚକରକେନ୍ଦ ସ୍ଥିତ ମାତୃଛାୟା ଆଶ୍ରମରେ ଥିବା ଯୁବତୀ ଓ ମହିଳାମାନେ । କେବଳ ସେତିକି ନୁହେଁ ଅନେକ ସମୟରେ ଚେକିଂ କରାଯିବା ନାଁରେ ଯୁବତୀ ମାନଙ୍କୁ ଉଲଗ୍ନ କରାଯାଉଥିବା ଅଭିଯୋଗ ଆସିଛି । ଏପରିକି ମାତୃଛାୟା ଆଶ୍ରମରେ ୧୮ ବର୍ଷରୁ ଅଧିକ ବୟସର ଝିଅଙ୍କୁ ରଖାଯାଇଥିଲେ ମଧ୍ୟ ଗତ ଜୁଲାଇ ମାସରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଏଠାରେ ବେଆଇନ ଭାବେ ରଖାଯାଇଥିଲା । ପୁଣି ଏହି ନାବାଳିକାକୁ ୬୦ ହଜାର ଟଙ୍କାରେ ଜଣେ ଯୁବକକୁ ବିକ୍ରି କରିଦିଆଯାଇଥିବା ଅଭିଯୋଗ ଆସିଛି ।

{"id":214812,"sizeSlug":"large"}

ମାତୃଛାୟା ଆଶ୍ରମର ପରିଚାଳକ ଦେବଦତ୍ତ ତ୍ରିପାଠୀଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ପୂର୍ବରୁ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ଏହାକୁ ଚପାଇ ଦେବାକୁ ସଫଳ ହୋଇଥିଲେ ଆଶ୍ରମର ପରିଚାଳକ । ମାତୃଛାୟା ଆଶ୍ରମର ସେବିକା ଲବଙ୍ଗ ଓ ରଞ୍ଜୁ ମଧ୍ୟ ଏଥିରେ ସଂପୃକ୍ତ ବୋଲି ଅନ୍ତେବାସିନୀ ମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଆଶ୍ରମର କିଛି ମହିଳାଙ୍କ  ଫଟୋ ଗ୍ରାହକ ମାନଙ୍କ ନିକଟକୁ ପଠାଯାଉଥିଲା ।

{"id":214813,"sizeSlug":"large"}

ରାଜ୍ୟ ବାହାରର ଧନୀକ ଶ୍ରେଣୀର ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରିଦେବା ପାଇଁ ଉଦ୍ୟମ ଚାଲିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଖସି ଆସିଥିଲେ । ଜଣେ ଅଟୋ ଡ୍ରାଇଭରଙ୍କୁ ସେମାନେ ସାହାଯ୍ୟ ମାଗିବା ପରେ ଅଟୋ ଡ୍ରାଇଭର୍ ଜଣକ ସେମାନଙ୍କୁ ନେଇ ନିଜର ଏକ ଭଡ଼ା ଘରେ ରଖିଥିଲା । ହେଲେ ୨ ଜଣ ମହିଳା ବଜାର ଯାଇଥିବା ବେଳେ ମାତୃଛାୟା ଆଶ୍ରମ ପରିଚାଳକ ସେମାନଙ୍କୁ ସେଠାରୁ ଉଠାଇ ନେଇଥିଲେ । ଧରାପଡ଼ିଯିବା ଆଶଙ୍କାରେ ଅନ୍ୟ ୩ ଅନ୍ତେବାସିନୀ ଏବେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି । ଅଭିଯୋଗ ପାଇବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଲିସ ମାମଲା ରୁଜୁ କରିଛି ।

{"id":214814,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.