AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ଉତ୍ତେଜକ ପୋଷାକ ପିନ୍ଧିଲେ ହେବନି ଯୌନ ଉତ୍ପୀଡନର କେସ୍, କୋର୍ଟଙ୍କ ଟିପ୍ପଣୀ ପରେ ସୃଷ୍ଟି ହେଲା ବିବାଦ

17/08/2022 at 3:58 PM

ଥିରୁଅନନ୍ତପୁରମ ୧୭/ ୦୮: ଉତ୍ତର କେରଳର କୋଝିକୋଡ ଜିଲ୍ଲା ଅଦାଲତଙ୍କ ଏକ ଯୌନ ଉତ୍ପୀଡନ ମାମଲାରେ ଦେଇଥିବା ଟିପ୍ପଣୀକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅଭିଯୁକ୍ତକୁ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିବାରୁ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ । ଅଦାଲତ କହିଛନ୍ତି, ‘ଯଦି ମହିଳା କିମ୍ବା ଯୁବତୀ ଉସକାଇବା ଭଳି ଡ୍ରେସ୍ ପିନ୍ଧନ୍ତି ତେବେ ଅଭିଯୁକ୍ତ ବିରୁଦ୍ଧରେ ଆଇପିସିର ଧାରା ୩୫୪ ଆଧାରରେ ଯୌନ ଉତ୍ପୀଡନ ମାମଲା ହୋଇପାରିବ ନାହିଁ’।

ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଜଷ୍ଟିସ୍‌ ଏସ. କୃଷ୍ଣକୁମାର, ଲେଖକ ସିବିକ୍‌ ଚନ୍ଦ୍ରନଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବା ସହିତ ଏଭଳି ଟିପ୍ପଣୀ ଦେଇଛନ୍ତି । ଚନ୍ଦ୍ରନ ବିରୁଦ୍ଧରେ ଦୁଇ ବର୍ଷ ପୂର୍ବରୁ ଜଣେ ଲେଖିକା ଦୁର୍ବ୍ୟବହାର  କରିଥିବାର ଅଭିଯୋଗ କରିଥିଲେ ।

ଅଦାଲତଙ୍କ ରାୟକୁ ନେଇ ମହିଳା ସାମାଜିକ କର୍ମୀ ଏବଂ ପୂର୍ବତନ ବିଚାରପତି ଆପତ୍ତି ଉଠାଇଛନ୍ତି । କେବଳ ସେତିକି ନୁହେଁ ଏହି ମାମଲାରେ ଏବେ ହାଇକୋର୍ଟ ହସ୍ତକ୍ଷେପ କରିବା ଉଚିତ ବୋଲି ଜଣେ ପୂର୍ବତନ ବିଚାରପତି କହିଛନ୍ତି । ଅନ୍ୟପଟେ ପୀଡିତା କହିଛନ୍ତି, ବିଚାରପତିଙ୍କ ରାୟକୁ ନେଇ ସେ ଖୁବଶୀଘ୍ର ହାଇକୋର୍ଟ ଯିବେ ।

ମାମଲାର ଶୁଣାଣି ବେଳେ ବିଚାରପତି କହିଥିଲେ, ଅଭିଯୁକ୍ତ ନିଜ ପକ୍ଷ ରଖିବା ସହିତ ପ୍ରମାଣ ଆକାରରେ ଯେଉଁ ଫଟୋ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିଥିଲେ ସେଥିରେ ସ୍ପଷ୍ଟ ଜଣାପଡୁଥିଲା ଯେ, ଅଭିଯୋଗକାରୀ ଏଭଳି ଡ୍ରେସ ପିନ୍ଧିଥିଲେ ଯାହାକି ଉସକାଇବା ଭଳି ଥିଲା । ଏ କ୍ଷେତ୍ରରେ ଆଇପିସିର ଧାରା ୩୫୪କେ ଅନୁଯାୟୀ ଅଭିଯୁକ୍ତ ବିରୁଦ୍ଧରେ ମାମଲା ହୋଇପାରିବ ନାହିଁ’। ଅନ୍ୟପଟେ ସୋସିଆଲ ମିଡିଆର କିଛି ଫଟୋକୁ ନେଇ ଅଦାଲତଙ୍କ ନିକଟରେ ଉପସ୍ଥାପନା କରାଯାଇଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅଦାଲତ ଏହା ମଧ୍ୟ କହିଛନ୍ତି, ‘ଘଟଣାର ୨ ବର୍ଷ ପରେ କାହିଁକି ମାମଲା ରୁଜୁ କଲେ ପୀଡିତା । କାହିଁକି ତୁରନ୍ତ ଥାନାରେ ଅଭିଯୋଗ କରିନଥିଲେ । ମାମଲା ୨୦୨୦ ଫେବୃଆରୀରେ ଘଟିଥିଲେ ସୁଦ୍ଧା ୨ ବର୍ଷ ପରେ ପୀଡିତା ଏଫଆଇଆର୍‌ ଦେଇଛନ୍ତି’। ପୀଡିତା ମହିଳାଙ୍କ କହିବା କଥା ଯେ, ଲେଖକଙ୍କ ଏକ ସମ୍ମୀଳନୀ ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା । ଅଭିଯୋଗରେ ମହିଳା କହିଥିଲେ ଯେ, ଅଭିଯୁକ୍ତ ଚନ୍ଦ୍ରନ ବାରମ୍ବାର ତାଙ୍କୁ ଫୋନ କରୁଥିଲେ ଏବଂ ହଇରାଣ କରୁଥିଲେ । ଏଭଳି ହରକତ୍ ଅସହ୍ୟ ହେବାରୁ ବାଧ୍ୟ ହୋଇ ସେ ମାମଲା ରୁଜୁ କରିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତ ସିବିକ୍‌ ଚନ୍ଦ୍ରନଙ୍କ ବୟସ ହେଉଛି ୭୪ ବର୍ଷ । ତେଣୁ ପରିଣତ ବୟସରେ ଜଣେ କିଭଳି ଭାବେ ଯୌନ ଉତ୍ପୀଡନ କରିବେ ଏବଂ ଦୁର୍ବ୍ୟବହାର କରିବେ ବୋଲି କୋର୍ଟ କହିଛନ୍ତି । କୋର୍ଟ ପ୍ରଶ୍ନ କରିଥିଲେ ଯେ, ପରିଣତ ବୟସରେ ଜୋର ଜବରଦସ୍ତ ଜଣେ କିଭଳି ମହିଳାଙ୍କୁ କୋଳରେ ବସାଇପାରିବେ ଏବଂ ପ୍ରାଇଭେଟ୍‌ ପାର୍ଟକୁ ସ୍ପର୍ଶ କରିପାରିବେ । ତେଣୁ ଏ ଅଭିଯୋଗରେ ଅଭିଯୁକ୍ତକୁ ଆଗୁଆ ଜାମିନ ପ୍ରଦାନ କରାଯିବା ଉଚିତ ।

   Related Posts