ଗିରଫ ୮ ଥାଇ ଯୁବତୀଙ୍କୁ ଭାରତ ଛାଡିବାକୁ ନିର୍ଦେଶ
31/05/2018 at 6:27 AM

ଅନୈତିକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଗିରଫ ଥାଇଲାଣ୍ଡର ୮ଜଣ ଯୁବତୀଙ୍କୁ ଭାରତ ଛାଡି ନିଜ ଦେଶକୁ ଫେରିଯିବାକୁ ନିର୍ଦେଶ ଦିଆଯାଇଛି | ଥାଇଲାଣ୍ଡ ଯୁବତୀଙ୍କୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ | ସମ୍ପୃକ୍ତ ଯୁବତୀଙ୍କୁ ହେଇଥିବା ଏହି ନୋଟିସର ଏକ ନକଲ ମଧ୍ୟ ଦିଲ୍ଲୀ ସ୍ଥିତ ଥାଇଲାଣ୍ଡ ଦୂତାବାସକୁ ପଠାଇଛି କମିଶନରେଟ ପୋଲିସ | ସମ୍ପୃକ୍ତ ଯୁବତୀମାନେ ଟୁରିଷ୍ଟ ଭିସାରେ ଓଡିଶା ଆସି ଏଠାରେ କାମ କରୁଥିଲେ | କିଛି ଦିନ ତଳେ ବାପୁଜୀନଗରସ୍ଥିତ ଏକ ସ୍ପାରୁ ୮ ଯୁବତୀ ଉଦ୍ଧାର ହୋଇଥିଲେ | ୭ ଯୁବକଙ୍କ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ |
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୭ ଜଣକ ଜୀବନ
31 March 2023