ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ୍, ଦୁଇ ଯୁବତୀଙ୍କ ସହ ଛତିଶଗଡ଼ର ଦୁଇ ଯୁବକ ଗିରଫ
7/12/2022 at 7:16 PM

ମାଲକାନଗିରି, ୦୭/୧୨: ମାଲକାନଗିରି ଜିଲ୍ଲାରେ ସେକ୍ସ ରାକେଟ ଠାବ । ଜିଲ୍ଲା ସଦର ମହକୁମାର କୁମୁଟିଗୁଡା ସାହିରେ ଏକ ଘର ଭଡା ନେଇ ଜଣେ ଦଲାଲ ବାହାର ରାଜ୍ୟରୁ ଯୁବତୀ ମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲା । ପୋଲିସ ପାଖରେ ଏହି ଘଟଣା ସଂପର୍କରେ ସାହି ଲୋକେ ଅଭିଯୋଗ କରିବା ପରେ ଆଜି ମାଲକାନଗିରି ଆଦର୍ଶ ଥାନା ପୋଲିସ ସେଠାରେ ଚଢାଉ କରିଥିଲା । ଦୁଇ ଯୁବତୀଙ୍କ ସହ ଛତିଶଗଡ ସୁକୁମା ଜିଲ୍ଲାର ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଭଡାଘର ଭିତରୁ ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ଡାକ୍ତରି ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ମାଲକାନଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
Related Posts
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023