ଢେଙ୍କାନାଳ, ୦୧|୦୮: କରୋନା ଲକଡାଉନ୍ ସମୟରେ ଢେଙ୍କାନାଳ ସହରରେ ଦେହ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ସହରର ଶାସନ ଅଂଚଳରୁ ସେକ୍ସ ରାକେଟ ଠାବ କରିଛି ପୋଲିସ ।
ଦେହ ବ୍ୟବସାୟ ଚାଲିଥିବା ଖବର ପରେ ସହରରେ ଥିବା ଓଁମ ଶିଦ୍ଧଶ୍ୱରୀ ଗେଷ୍ଟ ହାଉସ ଉପରେ ଟାଉନ ପୁଲିସ ଚଢ଼ାଉ କରିଥିଲା । ଏହି ଚଢାଉରେ ଜଣେ ବଙ୍ଗୀୟ ଯୁବତୀଙ୍କ ସହ ଗେଷ୍ଟ ହାଉସ ମାଲିକ ବାପ ପୁଅଙ୍କୁ ଅଟକ ରଖାଯାଇଛି । ତେବେ ଚଢ଼ାଉ ବେଳେ ଗ୍ରାହକମାନେ ଡିଆଁ ମାରି ଫେରାର ହୋଇଯାଇଥିଲେ ।