ଯାତ୍ରୀ ନିବାସରେ ହାଇ ପ୍ରଫୋଇଲ୍ ସେକ୍ସ ରାକେଟ୍: ପର୍ଦ୍ଦାଫାସ କରିଲା ପୋଲିସ, ୧୨ ଦେହଜୀବୀ ଗିରଫ

Published By : Prameya-News7 Bureau | June 27, 2019 IST

ଯାତ୍ରୀ ନିବାସ ନାମକ ଏକ ହାଇ ପ୍ରଫାଇଲ୍‌ ହୋଟେଲ୍‌ରେ ପୋଲିସ ଚଢଉ କରିଛି। ଚଢଉ ପରେ ପୋଲିସ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି। ବିହାରର ଦରଭଙ୍ଗା ଜିଲ୍ଲା ସଦର ଥାନା ଅନ୍ତର୍ଗତ ମ୍ୟୁଜିଅମ୍‌ ନିକଟରେ ଏହି ହୋଟେଲରେ ଅନେକ ଦିନରୁ ଏହି ଧନ୍ଦା ଚାଲିଥିଲା।  ପୋଲିସ ଚଢଉ କରିଥିବାରୁ କଳା କାରାନାମା ସାମ୍ନାକୁ ଆସିଥିଲା।ସେଠାରୁ ୧୨ଜଣରୁ ଅଧିକ ଦେହଜୀବୀ ଓ ଗ୍ରାହକ ସମେତ ପୋଲିସ ହୋଟେଲର କର୍ମଚାରୀକୁ ମଧ୍ୟ ଗିରଫ କରିଛି।  

ଘଟଣା ସ୍ଥଳରେ ଥିବା ମ୍ୟୁଜିଅମ୍‌କୁ ପୋଲିସ କିଛି କାମରେ ଯାଇଥିଲା। ସେଠାକୁ ଗଲା ପରେ  ଏହି ହାଇ ପ୍ରୋଫାଇଲ୍ ସ୍ଥାନରେ ସେକ୍ସ ରାକେଟ୍‌ ଚାଲିଥିବା ମାମଲାନେଇ ମ୍ୟୁଜିଅମ୍‌ ଆଖପାଖ ଲୋକେ ଅଭିଯୋଗ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିବା ପରେ ପୋଲିସ ଏଠାରେ ଚଢଉ କରିଥିଲା।  ଏହି ମଉକାରେ ଅନେକ ଲୋକଙ୍କୁ ହେପାଜତକୁ ନିଆଯାଇଥିଲା।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.