ବିଦେଶୀ କଲଗର୍ଲଙ୍କୁ ନେଇ ଚାଲିଥିଲା ସେକ୍ସ ରାକେଟ୍‌ : ଚଢାଉ ବେଳେ ଦୁଇ ଗ୍ରାହକ, ୩ ଯୁବତୀ ଏବଂ ଦଲାଲ ଗିରଫ

Published By : Prameya-News7 Bureau | August 21, 2019 IST

ଭୋପାଳ ୨୧|୮: ଭୋପାଳ ପୁରୁଣା ସହରର କୋହେଫିଜା ବିଡିଏ କଲୋନୀରେ ଥିବା ଏକ ଘରେ ପୋଲିସ ଚଢାଉ କରି ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ କରିଛି । କ୍ରାଇମ୍ ବ୍ରାଞ୍ଚ ଏହି ରାକେଟ୍ ର ପର୍ଦ୍ଦାଫାଶ କରିଛି । ଘଟଣାସ୍ଥଳରୁ ଦୁଇ ଜଣ ଗ୍ରାହକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ତିନି ବିଦେଶୀ କଲଗାର୍ଲ ଏବଂ ଜଣେ ଦଲାଲଙ୍କୁ ଗିରଫ କରିଛି । ଏଥିରେ ଦୁଇ ଜଣ କଲଗାର୍ଲ ଉଜବେକିସ୍ତାନର ବୋଲି ଜଣାପଡିଛି । ଜଣେ ନେପାଳର ଯୁବତୀ ରହିଛନ୍ତି । ଉଜବେକିସ୍ତାନର ଯୁବତୀମାନେ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ । ଦଲାଲ ମହିଳାଙ୍କ ନିକଟରୁ ନକଲି ଭୋଟ୍ ପରିଚୟପତ୍ର ଏବଂ ପ୍ୟାନ୍ କାର୍ଡ ପୋଲିସ ଜବତ କରିଛି ।

ପୋଲିସ ସୂଚନା ଅନୁସାରେ କୋହେଫିଜା ଅଞ୍ଚଳରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଜଣେ ସୂଚନାଦାତାଙ୍କ ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଟିମ୍ ବିଳମ୍ବିତ ରାତିରେ ବିଡିଏ କଲୋନୀ ସ୍ଥିତ ଏକ ଫ୍ଲାଟ୍ ରେ ଚଢାଉ କରିଥିଲା । ଘଟଣାସ୍ଥଳରୁ ଦୁଇ ଗ୍ରାହକଙ୍କ ସହ ଦେହ ବ୍ୟବସାୟରେ ଲିପ୍ତ ଥିବା ଯୁବତୀମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଦେହ ବ୍ୟବସାୟ କରାଉଥିବା ଦଲାଲକୁ ମଧ୍ୟ ଗିରଫ କରାଯାଇଛି ।

ସୂଚନା ଅନୁସାରେ ବିଦେଶୀ କଲଗର୍ଲ କହିଛନ୍ତି ଯେ, ସେମାନେ ୧୫-୧୫ ଦିନର ଟୁରିଷ୍ଟ ଭିସାରେ ଭାରତ ଆସିଥାନ୍ତି । ଏହାପରେ ସେମାନେ ଦିଲ୍ଲୀ, ମୁମ୍ବାଇ, ଗୋଆ ସମେତ ବର୍ଡର ସହରମାନଙ୍କରେ ରହି ଏଭଳି ଦେହ ବ୍ୟବସାୟ କରୁଥିଲେ । ସେମାନେ ଏବେ ଦିଲ୍ଲୀରୁ ଭୋପାଳ ଆସିଥିଲେ । ସେମାନଙ୍କୁ ବିମାନରେ ଦିଲ୍ଲୀରେ ଭୋପାଳ ପଠାଯାଇଥିଲା । କେଉଁଠାରୁ କେଉଁଠାକୁ ଯିବେ ସେମାନଙ୍କୁ ମୋବାଇଲ ମାଧ୍ୟମରେ ସୂଚନା ଦିଆଯାଉଥିଲା ।

ଉଜବେକିସ୍ତାନ ଯୁବତୀମାନଙ୍କ ନିକଟରୁ ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ଜାରି କରାଯାଇଥିବା ଭୋଟ୍ ପରିଚୟ ପତ୍ର ମଧ୍ୟ ଜବତ ହୋଇଛି । ଯେଉଁଥିରେ ଯୁବତୀମାନଙ୍କର ଫଟୋ ରହିଛି ମାତ୍ର ନାଁ କୌଣସି ଅନ୍ୟ ଯୁବତୀମାନଙ୍କର ରହିଛି । ପ୍ୟାନ୍ କାର୍ଡରେ ମଧ୍ୟ ଏହି ଯୁବତୀମାନଙ୍କ ନକଲି ନାମ ଲେଖାଯାଇଛି । ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଯୁବତୀମାନେ ଏହି ନକଲି ଆଇଡି କାର୍ଡକୁ ହୋଟେଲ ରୁମ୍ ରେ ରହିବା ପାଇଁ ବ୍ୟବହାର କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.