oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଶାଶୂ ଓ ବୋହୂ ମିଶି ଚଳାଉଥିଲେ ସେକ୍ସ ରାକେଟ : ସବୁ ଝିଅଙ୍କ ବୟସ ୧୬ବର୍ଷ, ଇଂଜେକ୍ସନ ଦେଇ ଦେହବ୍ୟବସାୟ ପାଇଁ କରାଯାଉଥିଲା ଫିଟ୍… ପୋଲିସ କଲା ପର୍ଦ୍ଦାଫାଶ

24/08/2019 at 12:09 PM

ଲକ୍ଷ୍ନୌ ୨୪/୮: ସହରର ସିଭିଲ୍ ଲାଇନ୍ ଥାନା ଅନ୍ତର୍ଗତ ଆଦର୍ଶ କଲୋନୀରେ ଆଗ୍ରାର ଜଣେ ନାବାଳିକାଙ୍କୁ ବନ୍ଧକ ରଖି ଜୋରଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଇଥିଲା । ମୁମ୍ବାଇର ଏକ  ସ୍ବେଚ୍ଛାସେବୀ ସଂଗଠନରୁ ସୂଚନା ପାଇ ସିଭିଲ୍ ଲାଇନ୍ସ ଥାନା ପୋଲିସ ସଂପୃକ୍ତ ଘର ଉପରେ ଚଢଉ କରି ନାବଳିକାଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ୩ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ଏହି ଯୁବକମାନେ ଗ୍ରହକ ବୋଲି ପୋଲିସ କହିଛି । ଏପରପକ୍ଷରେ ଦେହ ବ୍ୟବସାୟ ର୍ୟାକେଟ ଚଳାଇଥିବା ମହିଳା ଓ ତାଙ୍କ ବୋହୂ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ମୁମ୍ବାଇର ଫ୍ରିଡମ୍ ଫର୍ମ ନାମକ ଏକ ସଂସ୍ଥା ଦେହ ବ୍ୟବସାୟରେ ଜୋର କରି ଭର୍ତ୍ତି କରାଯାଇଥିବା ମହିଳା ଏବଂ ନାବାଳିକାଙ୍କୁ ଉଦ୍ଧାର କରିବାର କାମ କରିଥାଏ। ସିଭିଲ୍ ଲାଇନ ଥାନାର ଜଣେ କର୍ମଚାରୀଙ୍କ କହିବାନୁସାରେ ଏହି ସଂସ୍ଥାର କର୍ମକର୍ତ୍ତା ତାଙ୍କୁ ଭେଟିଥିଲେ। ସେମାନେ କହିଥିଲେ ଯେ ଆଗ୍ରାର ଜଣେ କିଶୋରୀଙ୍କୁ ଆଦର୍ଶ କଲୋନୀରେ ବନ୍ଧକ ରଖି ଦେହ ବ୍ୟବସାୟ କରାଯାଉଛି। ଏହି ସୂଚନା ପାଇ ସିଭିଲ୍ ଲାଇନ୍‌ ଥାନା ଅଧିକାରୀ ମହିଳା ପୋଲିସ ସହ ଆଦର୍ଶ କଲୋନୀର ସଂପୃକ୍ତ ଘର ଉପରେ ଚଢଉ କରିଥିଲେ। ଏହି ଘରେ ୧୬ବର୍ଷ ବୟସ୍କା ବହୁ ଯୁବତୀଙ୍କୁ ରଖାଯାଇଥିଲା ।  ପୋଲିସ୍ ସମସ୍ତଙ୍କୁ ଉଦ୍ଧାର କରିଛି ।

ଘଟଣାସ୍ଥଳରୁ ଟାଣ୍ଡା,ରାମପୁର,ମଝୋଲା ଏବଂ ଭଗତପୁର ଥାନା ବାସିନ୍ଦା ୩ଜଣ ଯୁବକ ମଧ୍ୟ ଧରା ପଡ଼ିଥିଲେ। କିଶୋରୀମାନେ ପୋଲିସକୁ କହିଥିଲେ ଯେ ପାଖାପାଖି ମାସେ ତଳେ ଆଗ୍ରାର ଜଣେ ମହିଳା ତାଙ୍କୁ ମୁରାଦାବାଦର ଜଣେ ମହିଳାଙ୍କୁ ହସ୍ତାନ୍ତର କରିଥିଲା। ଏଠାରେ ତାଙ୍କୁ ଘରେ ବନ୍ଧକ ରଖି ଯୋର କରି ପ୍ରତିଦିନ ଦେହ ବ୍ୟବସାୟରେ ଲିପ୍ତ କରାଯାଉଥିଲା।

ପୋଲିସ କହିବାନୁସାରେ ଦେହ ବ୍ୟବସାୟ ଚଳାଉଥିବା ମହିଳା ଦଲାଲ ଦୀର୍ଘ ଦିନରୁ ଏହି ଧନ୍ଦାରେ ଲିପ୍ତ ରହିଛି। ତା’ର ପରିବାରରେ ୪ଜଣ ସଦସ୍ୟ ମଧ୍ୟ ଏହି ଧନ୍ଦାରେ ରହିଛନ୍ତି ଏବଂ ଘରେ ୨୦ଟି ରୁମ୍ ରହିଛି। ଏଠାରେ ପ୍ରତିଦିନ ଦେହ ବ୍ୟବସାୟ ଚାଲିଥିଲା। ଅଭିଯୁକ୍ତ ମହିଳା ମୋବାଇଲରେ ଯୋଗାଯୋଗ କରିବା ପରେ ଗ୍ରାହକଙ୍କ ଘରକୁ ମଧ୍ୟ ଝିଅଙ୍କୁ ପଠାଉଥିଲା। ସେ ଦିଲ୍ଲୀ,ଆଗ୍ରା,ଅଲିଗଡ଼ ଏବଂ ଲକ୍ଷ୍ନୌ ଯାଏଁ ଝିଅଙ୍କୁ ପଠାଉଥିବା ସୂଚନା ମିଳିଛି ।  କମ୍ ବୟସର ଝିଅମାନେ କିପରି ଶୀଘ୍ର ତରୁଣୀ ହେବେ ଏଥିପାଇଁ ବିଭିନ୍ନ ପ୍ରକାର ଔଷଧ ଏବଂ ଇଞ୍ଜେକ୍ସନ ମଧ୍ୟ ଦିଆଯାଉଥିଲା।

   Related Posts