Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ : ୯ ମହିଳାଙ୍କ ସମେତ ୧୧ଜଣ ଗିରଫ

6/06/2019 at 5:32 PM

ପର୍ଯ୍ୟାଟନ ନଗରୀ ଭାବେ ପ୍ରସିଦ୍ଧ ମନାଲିରେ ଏକ ସେକ୍ସ ରାକେଟର ପର୍ଦାଫାଶ ହୋଇଛି । ପୋଲିସ ୯ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ଦଲାଲ ଅଛନ୍ତି । ବହୁତ ଦିନ ହେଲା ଏଠାରେ ସେକ୍ସ ରାକେଟ ଚଳାଯାଉଥିଲା କିନ୍ତୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ କିଛି ଜାଣିନଥିଲେ ।

ପ୍ରଥମେ ସ୍ଥାନୀୟ ମହିଳାମାନେ ଏ ସମ୍ପର୍କରେ ଜାଣିବାକୁ ପାଇଲେ । ଏହାପରେ ସ୍ଥାନୀୟ ମହିଳାମାନେ ପର୍ଯ୍ୟଟନ କ୍ଷେତ୍ର ମନାଲିର ଛବି ଖରାପ ନ କରିବା ପାଇଁ ଏକଜୁଟ୍ ହୋଇଥିଲେ । ମହିଳାମାନେ ମନାଲିର ଏକ ହୋଟେଲରେ ଚାଲୁଥିବା ସେକ୍ସ ରାକେଟର ପର୍ଦାଫାଶ କରିଥିଲେ । ଧନ୍ଦା ଚଳାଉଥିବା ୨ ଦଲାଲଙ୍କୁ ମଧ୍ୟ ଗିରଫ କରାଇଥିଲେ । ମହିଳାମାନେ ପ୍ରଥମେ ପ୍ରଶାସନ ଏବଂ ହୋଟେଲ କର୍ତୃପକ୍ଷଙ୍କ ସହ ଆଲୋଚନା କରି ରାସ୍ତାକୁ ଓହ୍ଲାଇଥିଲେ ।

ହୋଟେଲରେ ସେକ୍ସ ରାକେଟ ଚାଲୁଥିବା ଜାଣି ମହିଳାମାନେ ପୋଲିସକୁ ଖବର ଦେଇଥିଲେ । ଗତକିଛି ଦିନ ହେଲା ଦେହ ବ୍ୟବସାୟ କରୁଥିବା ଏହି ଯୁବତୀମାନେ ଖୋଲାଖୋଲି ଭାବେ ଧନ୍ଦା କରୁଥିଲେ । ପୋଲିସ ୧୧୪ ଆକ୍ଟରେ ମାମଲା ରୁଜ୍ଜୁ କରି ଚଢ଼ାଉ କରିଥିଲା । ଚଢ଼ାଉରେ ସମୁଦାୟ ୧୧ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ମହିଳାମାନେ ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ହରିୟାଣାରୁ ଆସିଥିବା ଜଣାପଡିଛି ।

ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ପେଶ କରିବା ପାଇଁ ପ୍ରସ୍ତୁତି ଚାଲିଛି । ରାକେଟରେ ଆଉ କିଛି ଲୋକ ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts