ଭୁବନେଶ୍ୱର ଗଜପତି ନଗରରେ ସେକ୍ସ ରାକେଟ ଠାବ
18/05/2018 at 12:38 PM

ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ | ଭୁବନେଶ୍ୱର ଗଜପତି ନଗରରେ ଚାଲିଥିବା ଏହି ଅନୈତିକ କାରବାରକୁ ଠାବ କରିଛି କମିଶନରେଟ ପୋଲିସ | ଏକ ଅର୍ଦ୍ଧ ନିର୍ମିତ ଘରେ ଚାଲିଥିଲା ରାକେଟ | କମିଶନରେଟ ପୋଲିସର ସ୍ପେସିଆଲ ସ୍କ୍ୱାର୍ଡ ଚଢ଼ାଉ କରି ଏହି ରାକେଟ ଠାବ କରିବା ସହ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି | ଅନୈତିକ କାରବାରରେ ଲିପ୍ତ ଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ | ଏହି ରାକେଟ କେବେଠୁ ଓ କିଏ ଚଳାଉଥିଲେ ସେ ନେଇ ଅଧିକ ଛାନଭିନ କରୁଛି ପୋଲିସ |