ଗିରଫ ୪ ଦେହ ଦଲାଲ ଗଲେ ଜେଲ, ଏସଟିଏଫ ଚଢାଉରେ ଖୁବ କମ ଦିନରେ ଗିରଫ ହୋଇଛନ୍ତି ୧୦
14/03/2020 at 5:13 PM

ଭୁବନେଶ୍ୱର, ୧୪|୦୩: ରାଜଧାନୀରେ ମାତିଛନ୍ତି ଦେହ ଦଲାଲ ।ଦେହ ଦଲାଲଙ୍କୁ ଧରିବା ପାଇଁ ଜାଲ ବିଛାଇଛି ଏସଟିଏଫ । ଗୋଟିଏ ପରେ ଗୋଟିଏ ଦଲାଲ ପଢୁଛନ୍ତି ଏସଟିଏଫର ଫାସରେ ।ଶୁକ୍ରବାର ଚାରିଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ ।
ଦେହ ଦଲାଲ ସୁନିଲ୍ ମେହେର ପରେ ଏବେ ଅନେକ ସୁନିଲ୍ ରାଜଧାନୀରେ ।ଏମାନେ ମଧ୍ୟ ବାହାର ଦେଶରୁ ସୁନ୍ଦରୀ ତରୁଣୀମାନଙ୍କୁ ଆଣି ଲଗାଉଛନ୍ତି ଦେହ ବ୍ୟବସାୟରେ । କେବଳ ବାହାର ଦେଶରୁ ନୁହେଁ ଅର୍ଥ ଲୋଭରେ ବିଭିନ୍ନ ଜିଲ୍ଲାର ମଧ୍ୟ ସୁନ୍ଦରୀ ତରୁଣୀ ମାନେ ରହିଛନ୍ତି ଏମାନଙ୍କ କବଜାରେ । ଫୋନ ମାଧ୍ୟମରେ ଦଲାଲ ଯୋଗାଡ କରନ୍ତି ଗ୍ରାହକ ।ଆଉ ରୁପଜୀବୀଙ୍କ ସହିତ ଗୋଟିଏ ରାତି କଟାଇବାକୁ ହେଲେ ଗ୍ରାହକ ମାନଙ୍କୁ ଦେବାକୁ ପଡେ ୧୨ ହଜାରରୁ ୨୦ ହଜାର । ଶୁକ୍ରବାର ଚାରିଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ ।

ପୁର୍ବରୁ ଏସଟିଏଫ ଦ୍ବାରା ଧରାପଡ଼ିଥିବା ରାଣୀ ମହୁମାଛି ଅଞଳି ଦିଦି ଏସଟିଏଫ ଦ୍ବାରା ଗିରଫ ହୋଇ ଏବେ ଜେଲରେ। ଆଉ ବାହାରେ ରହିଥିବା ତାର ସହଯୋଗୀମାନେ ଚଳାଉଛନ୍ତି ଅଞଳି ଦିଦିର ଦେହ ବ୍ୟବସାୟ ସାମ୍ରାଜ୍ୟ ।ଶୁକ୍ରବାର ଏସଟିଏଫ ହାତରେ ଧରାପଡ଼ିଥିବା ବିହାରର ମହିଉଦ୍ଦିନ ନଗରର ଅଜୟ ଓରଫ ବିଦ୍ୟାପତି ଶାହା, କଟକ କାଜିବଜାରର ଦିନଦୟାଲ ରାଓ, ପିପିଲି ବାରାହଲାର ଅଲ୍ଲୀଉଦ୍ଦିନ ଖାଁ, ଭୁବନେଶ୍ୱର ଓଲ୍ଡଟାଉନର ସୁନୀଲ ମହାରଣା । ଏମାନଙ୍କ ନିକଟରୁ ଦୁଇଟି କାର ମୋବାଇଲ ଫୋନ ଜବତ କରାଯାଇଛି ।
ଗତ କିଛିଦିନ ଧରି ଏସଟିଏଫ ବିଭିନ୍ନ ସ୍ଥାନରେ ଚଢାଉ କରି ଦଶଜଣ ଦେହ ଦଲାଲଙ୍କୁ ଗିରଫ କରିବା ସହିତ ଷୋଳଜଣ ଯୁବତୀଙ୍କୁ ଉଦ୍ଧାର କରିଛି ।