ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍‌, ପୋଲିସ ରେଡ୍‌ ପୂର୍ବରୁ ଖସିଗଲେ ସମସ୍ତେ...

Published By : Prameya-News7 Bureau | February 27, 2024 IST

ଭଦ୍ରକ ୨୭।୦୨ :  ପୋଲିସ ରେଡ଼ ପୂର୍ବରୁ ଖସିଗଲେ ସମସ୍ତେ । ତାଲା ଭାଙ୍ଗିବା ପରେ ମିଳିଲା ବିଛଣା ସହ ଟାଵଲେଟ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ।

{"id":914149,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବନ୍ତ ଛକ ନିକଟରେ ଏକ ଘରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସକୁ ଖବର ମିଳିଥିଲା । ଭଦ୍ରକ ଟାଉନ ପୋଲିସ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘର ବାହାର ପଟୁ ତାଲା ପଡିଥିଲା । ତେବେ ସ୍ଥାନୀୟ ଲୋକେ କହିଥିଲେ ଯେ ଏହି ସ୍ଥାନରୁ କିଛି ଯୁବକ- ଯୁବତୀ କିଛି ସମୟ ପୂର୍ବରୁ ପଳାଇଥିଲେ ।

ତେବେ ଘରର ମାଲିକ ବାହାରେ ରହିଥିବାରୁ ଘର ଭଡା ଦିଆଯାଇଥିଲା । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯାଇଥିଲା । ଏହାପରେ ଘର ସର୍ଚ୍ଚ ବେଳେ ବିଛଣା, ଟାଵଲେଟ ଓ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ପୋଲିସକୁ ମିଳିଛି । ସେପଟେ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । ଘର ମାଲିକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରୁଛି ପୋଲିସ ।

wp:embed {"url":"https://www.prameyanews7.com/pankaj-udhass-first-earning-was-only-rs-51-now-he-has-left-behind-property-worth-so-many-crores/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pankaj-udhass-first-earning-was-only-rs-51-now-he-has-left-behind-property-worth-so-many-crores/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.