ଲଣ୍ଡନ, ୧୯|୦୬: ଲକଡାଉନ୍ ସମୟରେ ଏକ ଶ୍ମଶାନରେ ସେକ୍ସ କରୁଥିବା ବେଳେ ପୋଲିସ ଏକ ପ୍ରେମୀଯୁଗଳଙ୍କୁ ଗିରଫ କରିଛି । ସେମାନ ସହରର ଏକ ପରିତ୍ୟକ୍ତ ଶ୍ମଶାନରେ ଅସଂଜତ ଅବସ୍ଥାରେ ଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । କିନ୍ତୁ ସେତେବେଳକୁ ସେମାନେ ଫେରାର ହୋଇଯାଇଥିଲେ ।
କରୋନା ସଂକ୍ରମଣ ପାଇଁ ଅନେକ ଦେଶରେ ଲକଡାଉନ୍ ଲାଗୁ ହୋଇଛି । ଫଳରେ ପ୍ରେମୀଯୁଗଳମାନେ ପରସ୍ପରକୁ ଭେଟିବାରେ ସମସ୍ୟା ସୃଷ୍ଟି ହେଉଛି । ଏହି ପରିସ୍ଥିତି ମଧ୍ୟରେ ଏକ ପ୍ରେମୀଯୁଗଳ ଶ୍ମଶାନରେ ସେକ୍ସ କରି ଧରା ପଡିଛନ୍ତି । ଲଣ୍ଡନର ବ୍ରାଣ୍ଡଉଡ୍ ସିମେଟେରୀରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗତ ୧୧ ତାରିଖ ସନ୍ଧ୍ୟାରେ ଏକ ପ୍ରେମୀଯୁଗଳ ବ୍ରାଣ୍ଡଉଡ୍ ସିମେଟେରୀ ମଧ୍ୟକୁ ପ୍ରବେଶ କରିଥିଲେ । ସେମାନେ ଶ୍ମଶାନରେ ଅସଂଜତ ଅବସ୍ଥାରେ ରହିଥିବା ପ୍ରଥମେ ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ଦେଖିଥିଲେ । ଏହାପରେ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ । ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସେମାନେ ଏହାକୁ ଖାତିର ନକରି ଅନ୍ତରଙ୍ଗ ହୋଇଥିଲେ । ବାଧ୍ୟ ହୋଇ ସେଠାରେ ଥିବା କିଛି ଲୋକ ପୋଲିସକୁ ଖବର ଦେଇଥିଲେ ।
ଆଉ ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି ଯେ, ସେ ତାଙ୍କ ଶିଶୁଙ୍କ ଧରି ସିମେଟେରୀ ରାସ୍ତାରେ ଯାଉଥିଲେ । ଏହି ସମୟରେ ଜଣେ ଯୁବକ ଓ ଯୁବତୀ ଅସଂଜତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । ସେମାନେ ସ୍ୱାମୀ ସ୍ତ୍ରୀ ନା ନାହିଁ ତାହା ସ୍ପଷ୍ଟ ହୋଇନଥିଲା ।
ଓ୍ୱେଷ୍ଟ୍ ମିଡଲାଣ୍ଡ୍ ପୋଲିସ କହିଛି ଯେ, ବ୍ରାଣ୍ଡଉଡ୍ ସିମେଟ୍ରୀରୁ ଏପରି ଖବର ନେଇ ଫୋନ୍ କଲ୍ ଆସିଥିଲା । କିନ୍ତୁ ସେଠାରେ ପହଁଚିଲା ବେଳକୁ କେହି ନଥିଲେ । ଏହାପରେ ପୋଲିସ ଟିମ୍ ଫେରି ଆସିଥିଲା ।