ପୂର୍ବ ଶତୃତାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | December 16, 2019 IST

ବାଲେଶ୍ବର ୧୬/୧୨: ପୂର୍ବ ଶତୃତାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣା ବାଲେଶ୍ବର ଜିଲ୍ଲା ଖଇରା ଥାନା ରଇଁତରା ଗ୍ରାମର ସୁଶାନ୍ତ ଦାସଙ୍କ ସ୍ତ୍ରୀ ଶକୁନ୍ତଳା ଦାସଙ୍କୁ ଗତକାଲି ବିଳମ୍ବିତ ରାତିରେ ପରିସ୍ରା କରିବାକୁ ଉଠିଥିବାବେଳେ କେହି ଜଣେ ଦୁର୍ବୃତ୍ତ ଶକୁନ୍ତଳାଙ୍କୁ ପଛଆଡୁ ମୁହଁକୁ ଜାବୁଡି ଧରି ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ଦେଇଥିଲେ । ଶକୁନ୍ତଳା ଚିତ୍କାର କରିବାରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।

{"id":198332,"sizeSlug":"large"}

ସୂଚନାରୁ ଜଣାଯାଏ ଶକୁନ୍ତଳାଙ୍କର ଦେଢଶୁର ପୁଅ ଭାଗବତ ଦାସ ୫ଦିନ ତଳେ ଶକୁନ୍ତଳାଙ୍କୁ ଘରୋଇ ଘଟଣାରେ ମାଡ ମାରିଥିଲେ। ଏନେଇ ଥାନରେ ଅଭିଯୋଗ ହୋଇଥିଲେ ମଧ୍ୟ ଭାଗବତକୁ ଗିରଫ କରାଯାଇନଥିଲା। ପୁଣି ଗତକାଲି ଭାଗବତ ଶକୁନ୍ତଳାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବାବେଳେ ଶକୁନ୍ତଳା ଚିତ୍କାର କରିବାରୁ ଘର ଲୋକ ଉଠି ଶକୁନ୍ତଳାଙ୍କୁ ଖଇରା ମେଡିକାଲକୁ ଆଣିଥିଲେ। ଶକୁନ୍ତଳା ସୁସ୍ଥ ଥିବାବେଳେ ଅଭିଯୁକ୍ତକୁ ଶୀଘ୍ର ଧରିବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.