ସ୍ୱାଧୀନତା ଦିବସରେ ଆଫଗାନିଙ୍କ ଉପରକୁ ତାଲିବାନର ଫାଇରିଙ୍ଗ୍, ଅନେକ ଲୋକଙ୍କ ମୃତ୍ୟୁ

Published By : Prameya-News7 Bureau | August 19, 2021 IST

ନୂଆଦିଲ୍ଲୀ ୧୯/୦୮ : ଗୁରୁବାର ଦିନ ଆଫଗାନିସ୍ତାନରୁ ଅସରାବାଦ ସହରରେ ଦେଶର ସ୍ୱାଧୀନତା ଦିବସ ଅବସରରେ ରାଲି କରିଥିବା ଲୋକଙ୍କ ଉପରେ ତାଲିବାନୀ ଗୁଳି ଗୁଳି ବର୍ଷା କରିଛନ୍ତି। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହାସହ ପୁଣିଥରେ ସ୍ପଷ୍ଟ ହୋଇଛି ଯେ ତାଲିବାନ ନିଜ ଛବି ସୁଧାରିବାକୁ କଲେ ବି ରକ୍ତପାତ ଏବେ ବି ଜାରି ରହିଛି।

ସମାଚାର ଏଜେନ୍ସି ରାଇଟର୍ସ ଅନୁଯାୟୀ, ଅସରାବାଦରେ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ଅବସରରେ କିଛି ଲୋକ ରାଲି କରିଥିଲେ। ରାଲିରେ ଦେଶର ଜାତିଟା ପତାକା ଉଡ଼ାଇଥିବା କିଛି ଲୋକଙ୍କ ଉପରକୁ ତାଲିବାନୀ ଗୁଳି ଚଲାଇଥିଲେ। ଏହାପରେ ସ୍ଥିତି ଭୟାବହ ହୋଇଥିଲା। ଲୋକେ ଏଣେତେଣେ ଦୌଡ଼ି ପଳାଇଥିଲେ। ତେବେ ଏଥିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କର ଗୁଳି ଚାଳନା ପାଇଁ ମୃତ୍ୟୁ ହୋଇଛି ନା ଦୌଡ଼ାଦୌଡ଼ିରେ ହୋଇଛି ତାହା ମଧ୍ୟ ଏଯାଏଁ ସ୍ପଷ୍ଟ ହୋଇନି।

{"id":498206,"sizeSlug":"full","linkDestination":"none"}

ତାଲିବାନ ତରଫରୁ ମାମଲାରେ କୌଣସି ବୟାନ ଜାରି କରାଯାଇନାହିଁ। ପ୍ରତି ବର୍ଷ ଅଗଷ୍ଟ ୧୯ ତାରିଖରେ ଆଫଗାନିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରାଯାଏ।

ଏହା ପୂର୍ବରୁ ବୁଧବାର ଦିନ ଦାବି କରାଯାଇଥିଲା ଯେ ତାଲିବାନୀ ଏୟାରପୋର୍ଟରେ ମହିଳା ଓ ଶିଶୁଙ୍କୁ ହମଲା କରିଥିଲେ। ତାଲିବାନ ବିମାନବନ୍ଦରରେ ଭିଡ କମ କରିବାକୁ ଫାଇରିଙ୍ଗ ମଧ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.