ଦୀପାବଳିରେ ଅଘଟଣ, ଅନେକ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | November 13, 2023 IST

ଭୁବନେଶ୍ୱର ୧୩।୧୧: ଦୀପାବଳିରେ ଘଟିଛି ଅଘଟଣ । ଆଲୋକ ପର୍ବ ଦିନ ଅନେକ ଆହତ ହୋଇଛନ୍ତି । ଅଧିକାଂଶ ଆହତମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

wp:embed {"url":"https://www.prameyanews7.com/koraput-town-police-revealed-the-murder-case-of-ramesh-tripathi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/koraput-town-police-revealed-the-murder-case-of-ramesh-tripathi/
/wp:embed

ଖବର ଅନୁଯାୟୀ, ଦୀପାବଳି ଦିନ କିଛି ଲୋକ ଆହତ ହୋଇଥିଲେ । କିଛି ଗୁରୁତରଙ୍କୁ ରବିବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ କିଛିଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କାହାର ହାତ ପୋଡ଼ି ଯାଇଥିଲା ତ କାହାର କାନ ମୁଣ୍ଡାରୁ ରକ୍ତ ଝରୁଥିଲା । କିଏ ନିଜ ଭୁଲ ପାଇଁ ଆହତ ହୋଇଥିଲା ତ ଆଉ କିଏ ଅନ୍ୟ ଭୁଲ ପାଇଁ ଆହତ ହୋଇ ହସ୍ପିଟାଲକୁ ଆସିଥିଲା । ତେବେ ବାଣ ଫୁଟା ଆହତ ଙ୍କ ଅପେକ୍ଷା ସଡ଼କ ଦୁର୍ଘଟଣାରେ ଅଧିକ ଲୋକ ଚିକିତ୍ସିତ ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ।

wp:embed {"url":"https://www.prameyanews7.com/rohit-sharma-holds-the-record-for-the-most-odi-sixes-in-the-calendar-year/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rohit-sharma-holds-the-record-for-the-most-odi-sixes-in-the-calendar-year/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.