LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କୋର୍ଟ ଭିତରକୁ ପଶିଲା କଲରାପତରିଆ ବାଘ; ଓକିଲଙ୍କ ଉପରେ କଲା ଆଟାକ, ୩ ଆହତ

8/02/2023 at 6:18 PM

ଗାଜିଆବାଦ: କୋର୍ଟ ଭିତରକୁ ପଶିଲା କଲରାପତରିଆ ବାଘ। ଭୟରେ ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶ ଗାଜିଆବାଦ କୋର୍ଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଦେଖଣାହାରୀଙ୍କ କହିବା ଅନୁସାରେ, ବୁଧବାର ଅପରାହ୍ନରେ ଗାଜିଆବାଦ କୋର୍ଟ ପରିଶରକୁ ଏକ କଲରାପତରିଆ ବାଘ ପଶିଆସିଥିଲା। ବାଘକୁ ଦେଖି କୋର୍ଟ ପରିସରରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ଲୋକେ ଜୀବନ ବଞ୍ଚାଇବା ପଇଁ ଯିଏ ଯୁଆଡ଼େ ପାରିଲେ ଦଉଡ଼ିଲେ।  

ଭୟରେ ଲୋକମାନଙ୍କର ଇତସ୍ତତ ଦଉଡ଼ିବା ଦେଖି କଲରାପତରିଆ ବାଘଟି ଆହୁରି ରାଗିଯାଇଥିଲା। କୋର୍ଟ ପରିସରରେ ଜୋତା ପଲିସି କରୁଥିବା ଜଣେ ମୋଚୀଙ୍କୁ ଆଟାକ କରିଥିଲା।  

ସେହିପରି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲା ବାଘ। ଓକିଲମାନେ ବାଡ଼ି ଓ ବେଲ୍‌ଚା ଧରି ଘଉଡ଼ାଇବାକୁ ଚେଷ୍ଟା କରିଥିବା ବେଳେ ସେମାନେ ବି ବାଘ ଆକ୍ରମଣର ଶିକାର ହୋଇଥିଲେ। କୋର୍ଟ ପରିଶରରେ ବାଘ ବସିଥିବା ଖବର ମିଳିବା ପରେ ବନ ବିଭାଗର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି କଲରାପତରିଆ ବାଘକୁ ଉଦ୍ଧାର କରିଛି।   

   Related Posts