scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାଙ୍ଗିବ ଖଲିସ୍ତାନୀ ଆତଙ୍କବାଦୀଙ୍କ କମର, ଏନ୍‌ଆଇଏର ଚଢାଉ ଜାରି, ୫୩ ସ୍ଥାନରେ ସର୍ଚ୍ଚ ଅପରେସନ୍

27/09/2023 at 8:57 PM

NIA raided 53 locations

ନୂଆଦିଲ୍ଲୀ: ଦେଶରେ ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର-ଡ୍ରଗ୍ ଚୋରା ଚାଲାଣକାରୀଙ୍କ ମେଳି ଭାଙ୍ଗିବାକୁ ଦେଶ ସାରା ଚଢ଼ାଉ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)। ବୁଧବାର (27 ସେପ୍ଟେମ୍ବର) ଏନ୍‌ଆଇଏ ଦେଶର ୭ ଟି ରାଜ୍ୟରେ ଚଢ଼ାଉ କରି ଏକାଧିକ ଲୋକଙ୍କୁ ଅଟକ ରଖିଛି। ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ାଉରେ ଏନ୍‌ଆଇଏ ୫୩ଟି ଜାଗାରେ ଚଢ଼ାଉ କରିଥିଲା। ଏଥିରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମଧ୍ୟ ଜବତ ହୋଇଛି।  

କାନାଡାରେ ଥିବା ଖାଲିସ୍ତାନ ସମର୍ଥିତ ଆତଙ୍କବାଦୀ ଅର୍ଶ ଡାଲା, ଲରେନ୍ସ ବିଷ୍ନୋଇ ଏବଂ ସୁଖା ଦୁନକେ ପରି ବଡ ଗ୍ୟାଙ୍ଗଷ୍ଟରଙ୍କ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ୬ଟି ରାଜ୍ୟ- ପଞ୍ଜାବ, ଦିଲ୍ଲୀ, ହରିୟାଣା, ୟୁପି, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ୟୁନିଅନ୍ ଟେରିଟୋରୀ ଚଣ୍ଡିଗଡ଼ ସମୟରେ ପିସ୍ତଲ, ଗୁଳି, ବିପୁଳ ପରିମାଣର ଡିଜିଟାଲ୍ ପ୍ରମାଣ ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଆତଙ୍କବାଦୀ ଅର୍ଶ ଡଲା ବ୍ୟତୀତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ସୁଖା ଦୁନକେ, ହ୍ୟାରି ମୌର, ନରେନ୍ଦ୍ର ଓରଫ ଲାଲୀ, କାଲା ଜାଠେରୀ, ଦୀପକ ଟିନୁ ଇତ୍ୟାଦି ଏନଆଇଏ ତଦନ୍ତ ପରିସରରେ ରହିଥିଲେ। ଅଗଷ୍ଟ ୨୦୨୨ରେ ଏନ୍‌ଆଇଏ ୫ ଟି ମାମଲା ରୁଜୁ କରିଥିଲା। ଏଫ୍ଆଇଆର୍ ଗୁଡିକ ଆଧାରରେ ଏହାକୁ ମିଶାଇ ଏନ୍‌ଆଇଏ ୭ ଥର ଚଢ଼ାଉ କରିସାରିଛି। ଏହା ବ୍ୟତୀତ ଚଳିତ ବର୍ଷ ଜୁଲାଇରେ ଦୁଇଟି ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏଥିରେ ମଧ୍ୟ ଚଢାଉ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା।

ପଢ଼ନ୍ତୁ-କେଜରିୱାଲଙ୍କ ସରକାରୀ ବଙ୍ଗଳାରେ କୋଟି କୋଟି ଟଙ୍କା ଖର୍ଚ୍ଚର ଯାଞ୍ଚ କରିବ ସିବିଆଇ, ରୁଜୁ ହେଲା ମାମଲା

ଏନ୍‌ଆଇଏ ରୁଜୁ କରିଥିବା ମାମଲାଗୁଡ଼ିକ ଟାର୍ଗେଟରେ କିଲିଂ, ଖାଲିସ୍ତାନ ସମର୍ଥକଙ୍କ ଆତଙ୍କୀ ପାଣ୍ଠି ଯୋଗାଣ, ଗ୍ୟାଙ୍ଗଷ୍ଟର ଓ ବଟି ଆଦାୟ ଇତ୍ୟାଦି ମାମଲା ରହିଛି। ଏହି ମାମଲାରେ ନାଁ ଥିବା ଅନେକ ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀ ବିଭିନ୍ନ ଜେଲରେ ରହିଛନ୍ତି କିମ୍ବା ପାକିସ୍ତାନ, କାନାଡା, ମାଲେସିଆ, ପର୍ତ୍ତୁଗାଲ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ରହି ଭାରତ ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ଭାରତରେ ଆଇନ କଡ଼ା ହେବା ପରେ ଏହି ଗ୍ୟାଙ୍ଗଷ୍ଟରମାନେ ଦେଶ ଛାଡ଼ି ବିଦେଶ ପଳାଉଛନ୍ତି। ସେଠାରେ ସେମାନେ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ତଦନ୍ତରୁ ଜଣାପଡ଼ୁଛି।

   Related Posts