ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

16/08/2022 at 7:18 PM

ଭୁବନେଶ୍ୱର ୧୬/୦୮: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ (ସୋଆ) ପକ୍ଷରୁ ସୋମବାର ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଯଦିଓ ଭାରତ ୭୫ ବର୍ଷ ପୂର୍ବରୁ ସ୍ୱାଧୀନତା ହାସଲ କରିଛି ତଥାପି ଲୋକମାନେ ଏବେବି ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ନୁହଁନ୍ତି ବୋଲି ପତାକା ଉତ୍ତୋଳନ ପରେ ନିଜ ବକ୍ତବ୍ୟରେ ପ୍ରଫେସର ମହାପାତ୍ର କହିଥିଲେ। ଦେଶରେ ଜନସଂଖ୍ୟା ବୃଦ୍ଧି ଏବଂ ଯକ୍ଷ୍ମା ରୋଗ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ୩୫ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କ “ଡ୍ରଗ୍ ରେଜିଷ୍ଟାଂଟ ଟ୍ୟୁମରକୁଲୋସିସ୍‌”ରେ ଆକ୍ରାନ୍ତ ଅର୍ଥାତ୍ ସେମାନଙ୍କ କ୍ଷେତ୍ରରେ ଔଷଧ କାମ କରୁନାହିଁ ବୋଲି ସେ କହିଛନ୍ତି।

ଦେଶରେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଲୋକମାନେ ସେମାନଙ୍କର ଅଧିକାରକୁ ନେଇ ସଚେତନ ଥିବା ବେଳେ ଦାୟିତ୍ୱରେ ବିଷୟରେ ସଚେତନ ନୁହଁନ୍ତି । ତଥ୍ୟକୁ ଆଧାର କରି ପ୍ରଫେସର ମହାପାତ୍ର କହିଛନ୍ତି ଯେ, ସାମାଜିକ ସଚେତନତା କ୍ଷେତ୍ରରେ ଭାରତ ସବୁଠାରୁ ପଛରେ ଅଛି ତେଣୁ ଲୋକଙ୍କୁ ଶିକ୍ଷିତ କରାଇବା ଖୁବ୍ କଷ୍ଟକର ବୋଲି ସେ କହିଛନ୍ତି।

ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ସୋଆର ୨୫ ବର୍ଷ ପୂରଣ ହେବା ସହ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଅନ୍ୟ ଏକ ସ୍ୱତନ୍ତ୍ର ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସୋଆ ପାକ୍ଷିକ ବକ୍ତୃତାମାଳା (ସୋଫାଲ୍‌)କୁ ନେଇ ପ୍ରସ୍ତୁତ ପୁସ୍ତକକୁ ଉନ୍ମୋଚିତ କରିଛନ୍ତି । ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବହୁମୂଲ୍ୟ ବକ୍ତବ୍ୟକୁ ନେଇ ପୁସ୍ତକ ‘ସୋଫାଲ ମାଲା’ ପ୍ରସ୍ତୁତ କରାଯାଇଛି। ଏହି ବକ୍ତୃତାମାଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ପ୍ରଫେସର ନାୟକ ଏହି ଅବସରରେ କହିଥିଲେ।

ବିଶ୍ୱ ବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମାଙ୍କ ଦ୍ୱାରା ସମ୍ପାଦିତ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସୋଆର ଚାନ୍‌ସେଲର ପ୍ରଫେସର ଡି.ପି. ରାୟ, ପ୍ରୋ-ଚାନ୍‌ସେଲ୍‌ର ପ୍ରଫେସର ବାନାର୍ଜୀ, କୁଳପତି ପ୍ରଫେସର ଅଶୋକ ମହାପାତ୍ର, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଉପଦେଷ୍ଟା ପ୍ରଫେସର ଆର୍‌.ପି. ମହାନ୍ତି, ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ସୋଆ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ ଏବଂ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

   Related Posts