୧୭ ଗ୍ରାମ୍‌ ଧଳା ଜହର ଜବତ; ୪ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 21, 2022 IST

ଚଣ୍ଡୀଖୋଲ ୨୧/୧୦: ୧୭ ଗ୍ରାମ୍ରୁ‌ ଅଧିକ ବ୍ରାଉନ ସୁଗାର ସହିତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଯାଜପୁର ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସର ମିଳିତ ଉଦ୍ୟମରେ ଏହି ଧଳା ଜହର ଜବତ ହୋଇଛି। ସୂଚନା ଥାଉକି, ଗତକାଲି ରାତିରେ ଧର୍ମଶାଳା ଥାନା ଦେଉଳି ପାହାଡ଼ ପାଖରେ ବ୍ରାଉନସୁଗାର କାରବାର ହେଉଥିବା ପୋଲିସ ଖବର ପାଇଥିଲା। ପରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ମିଳିତ ଚଢ଼ଉ କରିଥିଲା। ସେଠାରୁ ୪ ଯୁବକଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ପାଖରୁ ବ୍ରାଉନ ସୁଗାର ଜବତ କରିଛି। ଏହାସହ ସେମାନଙ୍କ ପାଖରୁ ଗୋଟିଏ ବାଇକ, ୫ଟି ମୋବାଇଲ ସହ କିଛି ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଭଦ୍ରକ ଓ ଧର୍ମଶାଳା ଥାନା ଅଞ୍ଚଳର ବାସିନ୍ଦା ବୋଲି ଧର୍ମଶାଳା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.