Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାସ; ୪ କୁଖ୍ୟାତ ଅପରାଧି ଗିରଫ, ୧୭ ଗାଡ଼ି ଜବତ

1/06/2023 at 11:10 PM

ନବରଙ୍ଗପୁର ୦୧/୦୬: ଡ଼ାବୁଗାଁ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଡ଼ାବୁଗାଁ ଥାନା ଅଞ୍ଚଳରୁ ଚୋରି ହୋଇଥିବା ମୋଟ ୧୭ଟି ଚୋରି ବାଇକ୍ ଜବତ ହୋଇଛି। ଏହି ଚୋରି ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଡ଼ାବୁଗାଁ ପୋଲିସ ଗିରଫ କରିଛି। କିଛି ଦିନ ତଳେ ବାଇକ୍ ଚୋରି ନେଇ ଡାବୁଗାଁ ଥାନାରେ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ।

ଏହା ପରେ ନବରଙ୍ଗପୁର ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ପୋଲିସ ଟିମ ଗଠନ ହୋଇଥିଲା। ଡ଼ାବୁଗାଁ ଥାନା ଅନ୍ତର୍ଗତ ବିଭିନ୍ନ ଗାଁରୁ ଚୋରି ହେଇଥିବା ମୋଟ ୧୭ ବାଇକ୍କୁ ଜବତ କରିବା ସହ ରାମ ଚନ୍ଦ୍ର ଜାନି, ଡୁମର ହରିଜନ ଓ ସୁଧୀର ହରିଜନ ଏବଂ ଚନ୍ଦ୍ର ହରିଜନଙ୍କୁ ଗିରଫ କରିଛି ପୋଲିସ। ଏନେଇ ନବରଙ୍ଗପୁର ଏସପି ଏସ ସୁଶ୍ରୀ ଡାବୁଗାଁ ଥାନାରେ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:~ସବୁଠୁ ମୂଲ୍ୟବାନ ୫ ଭାରତୀୟ ବ୍ରାଣ୍ଡ ମଧ୍ୟରେ ସ୍ଥାନ ପାଇଲା ରିଲାଏନ୍ସର ୨ଟି ବ୍ରାଣ୍ଡ

   Related Posts