ସ୍କୁଲ ସମ୍ମୁଖରେ ଅଘଟଣ, ଫାଟକ ପଡି ୭ବର୍ଷ ଶିଶୁର ମୃତ୍ୟୁ

Published By : Prameya-News7 Bureau | April 08, 2023 IST

ଆଠଗଡ଼ ୮।୪: ଆଠଗଡ଼ ବ୍ଲକ୍ ଆଙ୍କୁଲା ସତ୍ୟବାଦୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଫାଟକ ସମ୍ମୁଖରେ ଖେଳୁଥିବା ବେଳେ ଅଘଟଣ । ସ୍କୁଲ ଫାଟକଟି ଗଳି ପଡ଼ିବାରୁ ଶିଶୁଟିର ମୃତ୍ୟୁ ଘଟିଛି ।

{"id":769650,"width":739,"height":406,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଗୁଡ୍ ଫ୍ରାଇଡେ ଥିବାରୁ ବିଦ୍ୟାଳୟ ଛୁଟି ଥିଲା । କିନ୍ତୁ ବିଦ୍ୟାଳୟର ଗେଟ୍‌ଟି ଖୋଲା ରହିଥିଲା । ସେଥିପାଇଁ ପିଲାମାନେ ସ୍କୁଲ ପରିସରରେ ଖେଳ ସାରି ଘରକୁ ଫେରିବା ବେଳେ ଗେଟ୍‌ର ଗୋଟିଏ ପାର୍ଶ୍ୱ ଲୁହା ଗେଟ୍ ପିଲାଟି ଉପରେ ମାଡିବସିଥିଲା । ଫଳରେ ଆଙ୍କୁଲା ଗାଁର ଚିକୁ ନାଏକଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଆଠଗଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ବାବଦରେ ଖବର ପାଇ ଆଠଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ୯/୨୩ରେ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶନିବାର ଶିଶୁଟିର ଶବ ବ୍ୟବଚ୍ଛେଦ କରାଯିବ । ଏଠି ପ୍ରଶ୍ନ ଉଠିଛି ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ନିରୀହ ଶିଶୁଟି ପ୍ରାଣ ହରାଇଛି । ଏଥିପ୍ରତି ଦାୟୀ କିଏ ରହିବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.