ବାଲେଶ୍ୱର ଜିଲ୍ଲାର ୭ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

Published By : Prameya-News7 Bureau | April 30, 2020 IST

ସୋର ୩୦।୦୪: ବାଲେଶ୍ବର ଜିଲ୍ଲାର ୭ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ସୋର ବ୍ଲକରେ ୨ ଆକ୍ରାନ୍ତ ଏବଂ ଖଇରା ବ୍ଲକରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇଛି ପ୍ରଶାସନ । ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସୋର ବ୍ଲକର ୫ଟି ଗାଁ ଏବଂ ଖଇରା ବ୍ଲକର ୨ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଘଟଣାସ୍ଥଳକୁ ଯାଇ ଉପଜିଲ୍ଲାପାଳ, ସୋର ତହସିଲଦାର, ବିଡିଓ ଏବଂ ପୋଲିସ ଅଧିକାରୀ ସ୍ଥିତି ସମୀକ୍ଷା କରିଛନ୍ତି । ତେବେ ସମସ୍ତ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ଥିବା ସ୍ପଷ୍ଟ ହୋଇଛି ।

ସୋର ବ୍ଲକରେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ଗତ ୫ ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିଲେ । ଉଭୟଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେହିପରି ଖଇରାରୁ ଚିହ୍ନଟ ଆକ୍ରାନ୍ତ ୧୫ ଦିନ ତଳେ ପଶ୍ଚିମବଙ୍ଗରୁ ଏକ ଟ୍ରକ ଯୋଗେ ଫେରିଥିଲେ । ସମସ୍ତ ଆକ୍ରନ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହିତ ୭ଟି ଗାଁକୁ  ବିଶୋଧନ କରିଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.