ଅଧା ରହିଗଲା ତାରିଣୀ ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

Published By : Prameya-News7 Bureau | December 01, 2023 IST

ଘଟଗାଁ ୦୧।୧୨ : ଅଧା ରହିଗଲା ତାରିଣୀ ଦର୍ଶନ । ଅଧାରାସ୍ତାରେ ଚାଲିଗଲା ସାତ ଜୀବନ । କେନ୍ଦୁଝର ଜିଲ୍ଲା ବାଲିଯୋଡି ଗାଁରେ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ପୋଲିସ ତଦନ୍ତ ଆରମ୍ଭ କରିଛି ।

wp:embed {"url":"https://www.prameyanews7.com/road-traffic-accidents-increase-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/road-traffic-accidents-increase-in-odisha/
/wp:embed

ଖବର ଅନୁଯାୟୀ, ତାରିଣୀ ଦର୍ଶନ ଲାଗି ଏକ ଭ୍ୟାନ୍‌ ଯୋଗେ ଏକାଧିକ ଲୋକେ ଯାଉଥିଲେ । କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ବାଲିଜୋଡୀ ଗାଁ ନିକଟରେ ଘଟିଲା ଦୁର୍ଘଟଣା । ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଭ୍ୟାନ୍‌ ( ଟାଟା ଉଇଙ୍ଗର) । ଯାହାଫଳରେ ଗାଡିରେ ଥିବା ଲୋକଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ହୋଇଛନ୍ତି ।

ସେପଟେ ଦୁର୍ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବାକି ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।

wp:embed {"url":"https://www.prameyanews7.com/nayanthara-husband-vignesh-shivan-gifts-luxury-expensive-gift/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nayanthara-husband-vignesh-shivan-gifts-luxury-expensive-gift/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.