ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଟ୍ରକ-କାର ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଲିଗଲା ୭ ସମ୍ପର୍କୀୟଙ୍କ ଜୀବନ

20/01/2020 at 1:57 PM

ଜୟପୁର ୨୦।୦୧: ରାଜସ୍ଥାନର  ଚୁରୁ ଅଞ୍ଚଳରେ ଏକ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଫତେପୁର-ସାଲାସର ଜାତୀୟ ରାଜପଥ ୫୮ରେ ଟ୍ରକ-କାର୍ ମଧ୍ୟରେ ଧକ୍କା ହୋଇଛ । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।  ଆହତ ଥିବା ବ୍ୟକ୍ତିଙ୍କୁ ନିକସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି  । ମୃତକମାନେ ସମସ୍ତେ କାର୍‌ ଯାତ୍ରା କରୁଥିଲେ ଏବଂ ହେଟାମସର ଅଞ୍ଚଳର ବୋଲି ଜଣାପଡିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଟ୍ବିଟ କରି ଶୋକ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଫତେପୁର-ସାଲାସର ଜାତୀୟ ରାଜପଥ  ଏକ ଟ୍ରକ ଓ SUV କାର୍‌ ମୁହାମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ କାର୍‌ ଥିବା ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ଅଛନ୍ତି । ମୃତକମାନେ ଇମରାନ ଖାନ, ଗାଜୀ ଖାନ, ଇମ୍‌ରାନ ଖାନ, ରଫିକ, ବାବୁ ଖାନ, ଇକବାଲ ଓ ଇସଲାମ୍‌ । ସମସ୍ତ ମୃତକ ନିଜ ନିଜର ସମ୍ପର୍କୀୟ ଥିବା ଜଣାପଡିଛି । ସମସ୍ତଙ୍କ ବୟସ ୩୨ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।

   Related Posts