ଟ୍ରକ ସହ ଧକ୍କା ପରେ ଜଳିଗଲା କାର, ୭ ଜଣ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | April 15, 2024 IST

ମୁମ୍ଵାଇ ୧୫।୦୪: ରବିବାର ରାଜସ୍ଥାନର ସିକର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବାସ୍ତବରେ ଦ୍ରୁତ ଗତିରେ ଆସୁଥିବା କାର ଏବଂ ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ତିନିଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ମୋଟ ୭ଜଣ ଲୋକ ଜଳି ଯାଇଛନ୍ତି ।  ଏନେଇ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଆର୍ଶିୱାଦ ପୁଲିଆ ନିକଟରେ ଘଟିଛି। କାରରେ ନିଆଁ ଲାଗିବା କାରଣରୁ ଯାତ୍ରା କରୁଥିବା ଲୋକଙ୍କର ମୃତ୍ୟୁ ଘଟିଛି। କାରରେ ସମୁଦାୟ ୭ ଜଣ ଥିଲେ। ସେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ତିନିଜଣ ମହିଳା, ଦୁଇ ଶିଶୁ ଏବଂ ଦୁଇ ଜଣ ଥିଲେ।

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଡେପୁଟି ପୋଲିସ ଅଧୀକ୍ଷକ କହିଛନ୍ତି ଯେ କାରରେ ଥିବା ୭ ଜଣ ଲୋକ ସାଲାସର ବାଲାଜୀ ମନ୍ଦିରରୁ ହିସାର ଅଭିମୁଖେ ଯାଉଥିଲେ। ଏହି ସମୟରେ, ରାସ୍ତାରେ ଫତେହପୁର କୋତୱାଲି ପୋଲିସ ଷ୍ଟେସନ ଆର୍ଶିୱାଦ ପୁଲିଆ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା। ଟ୍ରକ ସହିତ ଧକ୍କା ହେବା ପରେ କାରରେ ନିଆଁ ଲାଗିଯାଇଥିଲା। ସେ କହିଛନ୍ତି ଯେ କାରରେ ଥିବା ଲୋକମାନେ ଉତ୍ତରପ୍ରଦେଶର ମେରଠର ବାସିନ୍ଦା।

ଅଧିକାରୀ କହିଛନ୍ତି ଯେ ନିଆଁ ଲାଗିବା ଯୋଗୁଁ କାରର ଡୋର ଖୋଲିଲା ନାହିଁ। ଏହି କାରଣରୁ ସମସ୍ତେ କାର ଭିତରେ ଫସି ରହିଥିଲେ। ବାହାରକୁ ନଆସିବାରୁ କାରରେ ଥିବା ତିନିଜଣ ମହିଳା, ଦୁଇ ଶିଶୁ ଏବଂ ଦୁଇ ଜଣ ଜୀବନ୍ତ ଜଳି ମୃତ୍ୟୁ ବରଣ କରିଥିଲେ। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.