ଭାରସାମ୍ୟ ହରାଇ ଓଲଟିଲା ମିନି ବସ୍, ୭ ଜଣ ଆହତ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 05, 2024 IST

ଭଞ୍ଜନଗର ୫।୭ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟେଶ୍ଵରୀ ମନ୍ଦିର ରାସ୍ତାରେ ଭରସାମ୍ୟ ହରାଇ ଓଲଟିଲା ମିନିବସ୍ । ଦୁର୍ଘଟଣାରେ ୭ ଜଣ ଆହତ । ଆହତ ମାନେ ହେଲେ ପ୍ରଶାନ୍ତ କଲଙ୍କ, ମୋନାଲିସା ଘୋଷ, ସନ୍ତା ଘୋଷ, ପ୍ରୀତି ଘୋଷ, ସାୟନିକା ଡୁନ, ରବୀନ୍ଦ୍ର ନାଥ ଘୋଷ, କୋରାନିଆ କର୍ମା । 

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରୁ ୧୩ ଜଣ ଟୁରିଷ୍ଟ ବ୍ରହ୍ମପୁରରୁ ଏକ ମିନି ବସ୍ ଯୋଗେ ଦାରିଙ୍ଗବାଡି ବୁଲିବା ପାଇଁ ଆସିଥିଲେ । ସୋରଡ଼ାରେ ଥିବା ଖୁଣ୍ଟେଶ୍ୱରୀ ମନ୍ଦିର ପାହାଡ ଉପରକୁ ବୁଲିବା ପାଇଁ ଯାଇ ଫେରିବା ବେଳେ ଗାଡ଼ିର ବ୍ରେକ ଫେଲ ହୋଇଯାଇଥିଲା । ଯାହା ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡିଥିଲା । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।   ୭ ଜଣ  ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ  ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

You Can Read:

ଅଚାନକ ବିଦ୍ୟାଳୟ ପରିଦର୍ଶନ କଲେ ଜୟଦେବ ବିଧାୟକ, ପିଲାଙ୍କ ସମସ୍ୟା ପଚାରି ବୁଝିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.