ଖୋଲାଯିବ ହୀରାକୁଦ ଜଳଭଣ୍ଡାରର ଆଉ ୭ଟି ଗେଟ୍

Published By : Prameya-News7 Bureau | August 19, 2019 IST

ସମ୍ବଲପୁର ୧୯|୮: ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାରୁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୨ ଲକ୍ଷ ୫ ହଜାର ୪୭ କ୍ୟୁସେକ୍ ଜଳ । ଜଳଭଣ୍ଡାର ଜଳସ୍ତରକୁ ୬୧୯-୬୨୦ ଫୁଟ୍‌ ମଧ୍ୟରେ ସୀମିତ ରଖିବାକୁ ଗେଟ୍ ଖୋଲାଯିବ ।

ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୫ ଓ ଦକ୍ଷିଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଆଉ ୭ଟି ଗେଟ୍ ଖୋଲାଗଲେ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବ । ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ୍ ।

ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୮୧ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୫ ହଜାର ୦୪୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାର ମଧ୍ୟରୁ ୧ ଲକ୍ଷ ୨୭ ହଜାର ୭୨୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.