କଟକ ପୋଲିସ ପଞ୍ଝାରେ ୭ ଆନ୍ତଃଜିଲ୍ଲା ଡାକାୟତ : ୩ କିଲୋ ରୂପା, ୩୩୦ ଗ୍ରାମ୍ ସୁନା ଓ ଗୋଟିଏ କାର୍ ଜବତ

Published By : Prameya-News7 Bureau | November 03, 2018 IST

କଟକ ୩|୧୧: କଟକ କମିଶନରେଟ୍ ପୁଲିସ କବ୍‌ଜାରେ ୭ ଆନ୍ତଃ ଜିଲ୍ଲା ଡକାୟତ । ବିଭିନ୍ନ ଅଞ୍ଚଳରେ ଲୁଟ୍‌ କରୁଥିବା ଏହି ଡକାୟତ ଦଳର ମାଷ୍ଟରମାଇଣ୍ଡ ସିକନ୍ଦର ଓ ମେହେବୁବ୍‌କୁ ମଧ୍ୟ ଗିରଫ କରିଛି ପୁଲିସ । ୩ କିଲୋ ରୁପା, ୩୩୦ ଗ୍ରାମ୍‌ ସୁନା ଓ ଗୋଟିଏ କାର୍‌କୁ ଜବତ କରଛି ପୋଲିସ । ଏହି ମାମଲାରେ ୪ ଅଭିଯୁକ୍ତ ଏବେବି ଫେରାର୍ ରହିଥିବା ସୂଚନା ମିଳିଛି । ତେବେ କଟକ ମର୍କତନଗର ଅଞ୍ଚଳରେ ଏମାନେ ଦୀର୍ଘ ଦିନ ଧରି ଲୁଟ୍‌ କରୁଥିବାର ଅଭିଯୋଗ ଆସିବା ପରେ ପୁଲିସ ଆକ୍ସନ୍‌ ମୁଡ୍‌ରେ ରହିଥିଲା ।   ପୋଲିସ ପଞ୍ଝାରେ ୭ ଆନ୍ତଃ ଜିଲ୍ଲା ଡାକାୟତ । କଟକର ବିଭିନ୍ନ ଅଞ୍ଚଳରେ ଡକାୟତି କରୁଥିବା ୭ ଲୁଟେରାଙ୍କୁ ବାନ୍ଧିଛି ପୁଲିସ । ମାଷ୍ଟରମାଇଣ୍ଡ ସିକନ୍ଦର ଓ ମେହବୁବ୍‌କୁ ଗିରଫ କରିବା ପରେ ଏମାନଙ୍କ ଯୋଜନାବଦ୍ଧ ଡକାୟତି ସମ୍ପର୍କରେ ଜାଣିବାକୁ ପାଇଛି କମିଶନରେଟ ପୁଲିସ । ଡକାୟତ ଦଳକୁ ଗିରଫ କରିବା ସହ ସେମାନଙ୍କଠାରୁ ୩ କିଲୋ ରୁପା, ୩୩୦ ଗ୍ରାମ୍ ସୁନା ଓ ଗୋଟିଏ କାର୍‌କୁ ମଧ୍ୟ ଜବତ କରିଛି ପୁଲିସ । ଏହି ଘଟଣାରେ ବର୍ତ୍ତମାନ ୪ ଅଭିଯୁକ୍ତ ଫେରାର୍ ଥିବା ସୂଚନା ଦେଇଛନ୍ତି କଟକ ଡିସିପି । କେବଳ କଟକ କାହିଁକି କେନ୍ଦ୍ରାପଡା, ଜଗତ୍‌ସିଂହପୁର, ଭୁବନେଶ୍ବର ପରି ଅଞ୍ଚଳରେ ବି ଏହି ଡକାୟତ ଦଳ ଲୋକଙ୍କ ଘରୁ କଳାକନା ବୁଲାଇ ଆସୁଥିବା ପୁଲିସ କହିଛି । ଦୀର୍ଘ ଦିନ ହେଲା କଟକର ମର୍କତନଗର ଅଞ୍ଚଳରେ ଏମାନେ ଡକାୟତି କରିଆସୁଥିବା ଅଭିଯୋଗ ଆସିବା ପରେ ପୁଲିସ ଆରମ୍ଭ କରିଥିଲା ତଦନ୍ତ । ଆଉ ତାରି ପରିମାଣ ସ୍ବରୂପ କମିଶନରେଟ୍ ପୁଲିସକୁ ଆଜି ବଡ ସଫଳତା ମିଳିଛି । କଟକ ସହରର ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ବ ମାମଲା ଏମାନଙ୍କ ନାଁରେ ରହିଥିବା ପୁଲିସ କହିଛି । ଡକାୟତି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ  କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.