ଠେଲାରେ ଗୁପ୍ଚୁପ୍ ଖାଇ ୭ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
14/11/2023 at 3:39 PM

ରାଉରକେଲା ୧୪।୧୧: ଗୁପ୍ଚୁପ୍ ଖାଇ ୭ ଯୁବତୀ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ବଣେଇ ଥାନାର କେନ୍ଦ୍ରିକଳା ଗ୍ରାମ ନିକଟରେ ଥିବା ଏକ ଗୁପ୍ଚୁପ୍ ଠେଲାରେ ୭ ଜଣ ଝିଅ ଗୁପ୍ଚୁପ୍ ଖାଇଥିଲେ । ପରେ ରାତିରେ ବାନ୍ତି ହୋଇଥିଲା । ପାଖରେ ଥିବା ଔଷଧ ଦୋକାନରୁ ଔଷଧ ଖାଇଥିଲେ ହେଲେ ବାନ୍ତି ଭଲ ହୋଇନଥିଲା । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଡ଼ାକ୍ତରଙ୍କ କହିବା ଅନୁସାରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
You Can Read :
Related Posts
ସିଲିଣ୍ଡର ବିସ୍ଫୋରଣରୁ ଲାଗିଲା ନିଆଁ, ଲିଭାଇବାକୁ ଯାଇ ୩ ଛାତ୍ରୀ ଗୁରୁତର
1 December 2023
ପୋଡାଅସ୍ତିଆରେ ଦନ୍ତା ଆତଙ୍କ, ମଞ୍ଚା ବନ୍ଧା ଜଙ୍ଗଲରେ ଛାଡିଲା ବନବିଭାଗ
1 December 2023