ଡ୍ୟାମ୍‌ରେ ପହଁରିବାକୁ ଯାଇ ଗଭୀର ଗଣ୍ଡରେ ବୁଡ଼ି ପ୍ରାଣ ହରାଇଲେ ୭ ନାବାଳିକା

Published By : Prameya-News7 Bureau | June 05, 2022 IST

ହାଇଦ୍ରାବାଦ: ଡ୍ୟାମ୍‌ରେ ଫୁଲ୍ ଓ ପରିସ୍କାର ପାଣି ଦେଖି ପହଁରିବାକୁ ମନ କରି ପାଣିକୁ ଓହ୍ଲାଇଥିଲେ ନାବାଳିକା। ହେଲେ ପାଣିରେ ଅପେକ୍ଷା କରିଥିଲା ମୃତ୍ୟୁ। ଅକାଳରେ ଚାଲିଗଲା ୭ ନାବାଳିକାଙ୍କର ଜୀବନ। ରବିବାର(ଜୁନ ୬) ତାମିଲନାଡୁ କୁଡ୍ଡାଲୋରେ ଏଭଳି ଦୁର୍ଘଟଣା ଘଟିଛି।

ଗାଡିଲାମ ନଈ ଉପରେ ତିଆରି ହୋଇଥିବା ଡ୍ୟାମ୍‌ ଭିତରକୁ ପ୍ରଥମେ ଦୁଇ ନାବାଳିକା ପହଁରିବାକୁ ଯାଇଥିଲେ। ପହଁରି ପହଁରି ସେମାନେ ଗଭୀର ଜଳ ଭିତରକୁ ଚାଲିଯିବା ପରେ ବୁଡ଼ିଯାଉଥିଲେ। ଭୟରେ ଉଦ୍ଧାର କରିବା ପାଇଁ ସେମାନ କାନ୍ଧିବାରୁ ତାଙ୍କୁ ବଞ୍ଚାଇବାକୁ ଆଉ ୫ ଜଣ ନାବାଳିକା ପାଣିକୁ  ଡେଇଁଥିଲେ। ହେଲେ ଦୁର୍ଭାଗ୍ୟ ଯେ ସେମାନେ ବି ଗଭୀର ଗଣ୍ଡ ଭିତରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ଫଳରେ ଅକାରଣରେ ଚାଲିଯାଇଛି ୭ ନାବାଳିକାଙ୍କ ବହୁମୂଲ୍ୟ ଜୀବନ।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମୃତ ଦେହ ଉଦ୍ଧାର କରିଛି। ମୃତକଙ୍କ ବୟସ ୧୨-୧୯ ମଧ୍ୟରେ ହେବ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ୭ ନାବାଳିକାଙ୍କର ମୃତଦେହ ଉଦ୍ଧାର କରି କୁଡ୍ଡାଲୋରେ ସରକାରୀ ହସ୍‌ପିଟାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି। ଅନ୍ୟପଟେ ତାମିଲନାଡୁ କୃଷି ମନ୍ତ୍ରୀ ଏମ୍‌ଆର୍‌କେ ପନୀରସେଲ୍‌ଭମ ହସ୍‌ପିଟାଲ୍‌ ଗସ୍ତ କରି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.