scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାର ରାଜ୍ୟକୁ ଚାଲାଣ ବେଳେ ୭ ଯୁବତୀଙ୍କ ସମେତ ୧୨ଜଣ ଉଦ୍ଧାର

18/07/2019 at 9:39 AM

ନବରଙ୍ଗପୁର ୧୮|୭: ନବରଙ୍ଗପୁରରୁ ଦାଦନ ଶ୍ରମିକ ଉଦ୍ଧାର । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଶ୍ରମ ବିଭାଗ ଓ  ନବରଙ୍ଗପୁର ପୋଲିସ । ଦାଦନ ମାନଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି । ଏମାନଙ୍କୁ  ସାଙ୍ଗରେ ନେଉଥିବା  ୨ ଦଲାଲ ଅଟକ ।

ଉମରକୋଟରୁ ବିଶାଖାପାଟଣା ଯାଉଥିବା ବସରେ ଦାଦନ ଚାଲାଣ ନେଇ ଖବର ପାଇବା ପରେ ନବରଙ୍ଗପୁର ପୋଲିସ  ବସକୁ ଅଟକାଇ ଯାଞ୍ଚ କରିଥଲା । ଦଲାଲଙ୍କୁ ମଧ୍ୟ ଧରିଛି ପୋଲିସ ।  ଚେନ୍ନାଇ ଓ ତ୍ରିପୁରାରେ ବୋରୱେଲ ଖୋଳିବା ଲାଗି ଶ୍ରମିକଙ୍କୁ ନିଆ ଯାଉଥିଲା । ଏମାନଙ୍କ ମଧ୍ୟରେ ୨ ରୁ ୩ ନାବାଳକ  ଓ ନାବାଳିକା ଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶ୍ରମ ବିଭାଗ ଇନ୍ସପେକ୍ଟର । ସମସ୍ତଙ୍କୁ ନବରଙ୍ଗପୁର  ପୋଲିସ ଷ୍ଟେସନରେ ରଖାଯାଇ ପଚରାଉଚରା କରାଯାଉଛି । ଅଭିଭାବକଙ୍କ ହାତରେ ଉଦ୍ଧାର ନାବାଳିକ ଶ୍ରମିକଙ୍କୁ ଛଡାଯିବ ।

   Related Posts