vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଚୋରା ବନ୍ଧୁକ ରାକେଟକୁ ଧରିଲା ପୁରୀ ପୋଲିସ,୭ ବେପାରୀ ଗିରଫ

28/05/2022 at 3:01 PM

ପୁରୀ ୨୮।୦୫: ପୁରୀ ପୋଲିସ କବ୍‌ଜାରେ ସାତ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗ । ପୁରୀ ସହରରେ  ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ଏହି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ  କରିଛି ପୋଲିସ ।

ତେବେ ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ତଥା ୭ଟି ମାମଲାରେ ସଂପୃକ୍ତ ଥିବା ସଦର ଥାନା ଅଞ୍ଚଳ ରେଣ୍ଡାଗଡର ଋଷିଆ ଓରଫ ରତିକାନ୍ତ ପରିଡ଼ା , ଶିରୁଳି ମହାବୀର ଅଞ୍ଚଳର ବିକି ଓରଫ ବିକ୍ରମ ପଣ୍ଡା, ନୟାଗଡ଼ ଖଣ୍ଡପଡ଼ାର ଅଶୋକ ସାହୁ, ୫ ଟି ମାମଲାରେ ସଂପୃକ୍ତ ଥିବା ନୂଆପାଟଣାର ଗୁଡୁ ଓରଫ ରୁଦ୍ରପ୍ରସାଦ ରାଉତ, ହାଡଗୋଡ଼ିଆ ସାହିର ରକି ଓରଫ  ହରିଶ୍ଚନ୍ଦ୍ର ପୃଷ୍ଟି, ୬ ଟି ମାମଲାରେ ସଂପୃକ୍ତ ଥିବା ଖାକିମଠ ନୂଆ ସାହିର ଲୋକନାଥ ଦାଶ ଓ ବଉଳମଠ ଲେନର ରଞ୍ଜିତ କୁମାର ମହାନ୍ତି। ସଦର, ଟାଉନ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ଏହି ଅପରାଧୀଙ୍କୁ ଗିରଫ କରାଯାଇଛି। ଏହି ୭ ଜଣଙ୍କ ମଧ୍ୟରୁ ୨ ଜଣ ଚୋରା ବନ୍ଧୁକ ଯୋଗାଇବାରେ ସଂପୃକ୍ତ ଥିଲେ। ଏହି ବର୍ଷ ବର୍ତ୍ତମାନ ସୁଦ୍ଧା ୧୬ ଟି ବନ୍ଧୁକ ଜବତ ହୋଇଥିବା ଏସପି କେ.ବିଶାଲ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

   Related Posts