ସମ୍ମାନ ପାଇଁ ପ୍ରେମିକକୁ ମାରିଦେଲେ ପ୍ରେମିକାର ପରିବାର, ଏବେ ଝିଅର ବାପାଙ୍କ ସମେତ ୭ ଗିରଫ
8/09/2022 at 7:58 AM

ଫୁଲବାଣୀ ୦୮।୦୯: ପ୍ରେମ କରିବା ପଡିଲା ମହଙ୍ଗା । ଘର ସମ୍ମାନ ରଖିବାକୁ ଯାଇ ପ୍ରେମିକକୁ ମାରିଦେଲେ ପ୍ରେମିକାର ପରିବାର । ଆଉ ବସ୍ତାରେ ଶବକୁ ପୁରାଇ ଜଙ୍ଗଲରେ ଫିଙ୍ଗିଦେଲେ । ଏବେ ପୋଲିସ ଘଟଣାର ତଦନ୍ତ କରି ୭ଜଣଙ୍କୁ ଗିରଫ କରିଛି ।
ଖବର ଅନୁଯାୟୀ, ଅଗଷ୍ଟ ୨୬ରେ ଶୁକଦେବ ନାମକ ଜଣେ ଯୁବତୀ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ତଳିପଡ଼ା ଆସିଥିଲେ । ଏହି ସମୟରେ ପ୍ରେମିକାର ବାପା ସାହିପଡୋଶୀ ଲୋକଙ୍କ ଧରି ପ୍ରେମିକକୁ ମାଡ଼ ମାରିଥିଲେ । ଯାହାଫଳରେ ଶୁକଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ପରେ ଶବକୁ ଜରି ବସ୍ତାରେ ବାନ୍ଧି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ସେପଟେ ଶୁକଦେବକୁ ନପାଇ ପରିବାର ଲୋକେ ଥାନାରେ ନିଖୋଜ ମାମଲା ଦାୟର କରିଥିଲେ । ତେବେ ପୋଲିସ ତଦନ୍ତ ବେଳେ ଶୁକଦେବଙ୍କୁ ହତ୍ୟା କରାଯାଇଥିବାର ସୁରାକ ପାଇଥିଲା । ଏହାପରେ ଜଙ୍ଗଲରୁ ଶୁକଦେବର ଗଳିତ ଶବକୁ ଜବତ କରିଥିଲା । ଆଉ ଏବେ ଏହି ଘଟଣାରେ ଝିଅର ବାପା ଦୁଃଶାସନ ମଲ୍ଲିକଙ୍କ ସମେତ ସାତ ଜଣଙ୍କୁ ଗିରଫ କରିଛି ବାଲିଗୁଡ଼ା ଥାନା ପୋଲିସ ।