ଗୁଣିଗାରେଡି ସନ୍ଦେହରେ ପିଟି ପିଟି ହତ୍ୟା ଘଟଣା, ୭ ଗିରଫ
20/05/2022 at 10:57 AM

କାଲିମେଳା ୨୦।୦୫: ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣା । ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କାଲିମେଳା ପୋଲିସ l
ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ଥାନା କାଙ୍ଗୁରକୋଣ୍ଡା ଗାଁର ପଦିଆ ମାଡକାମୀଙ୍କୁ କଙ୍ଗାରୁ କୋର୍ଟରେ ଗୁଣିଗାରେଡି ସନ୍ଦେହରେ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା l ଏହାପରେ ମୃତ ବ୍ୟକ୍ତିଙ୍କ ପୁଅ ବିରେନ୍ଦ୍ର ମାଡକାମୀ ୮ ଜଣଙ୍କ ନାଁରେ ଏତଲା ଦେଇଥିଲେ । କାଲିମେଳା ପୋଲିସ ୭ ଜଣଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଫେରାର ରହିଛି l ପୀଡା ମାଡକାମୀ, ମୁକୁନ୍ଦ ମାଡକାମୀ, କାହ୍ନା ମାଡକାମୀ, ଇର୍ମା ମାଡକାମୀ, ଗଙ୍ଗା କବାସୀ, ପଦିଆ କବାସୀ, ସମା ମାଡକାମୀ ଏହି ୭ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାଲା ମାଡକାମୀ ଫେରାର ରହିଛି l
Related Posts
ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
12 August 2022
ଲଘୁଚାପ ପରେ ଲଘୁଚାପ, ଅଗଷ୍ଟ ୧୯ ଯାଏଁ ଛାଡିବନି ବର୍ଷା
12 August 2022
ଓଡ଼ିଶା ପୋଲିସର ୯ ପୋଲିସ କର୍ମଚାରୀଙ୍କୁ ମିଳିବ ପୋଲିସ ସାହସିକତା ପଦକ
12 August 2022