ବିଜିପୁରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ୭ଜଣଙ୍କୁ ବାନ୍ଧିଲା ପୋଲିସ
8/09/2022 at 8:25 AM

ବ୍ରହ୍ମପୁର ୦୮।୦୯ : ବ୍ରହ୍ମପୁର ବିଜିପୁରରେ ଯୁବକଙ୍କୁ ଆକ୍ରମଣ ଘଟଣା । ଉଭୟ ଗୋଷ୍ଠୀର ଏତଲା ଆଧାରରେ ୭ଜଣଙ୍କୁ ଗିରଫ କରିଛି ପୋଲିସ । ଖଣ୍ଡା ସହ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ବ୍ରହ୍ମପୁର ବିଜିପୁର ଠାରେ ୬ତାରିଖ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ୪ରୁ ଅଧିକ ଯୁବକ । ଯାହାଫଳରେ ଅରୁଣ ମହାରଣା ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ପୋଲିସ ଘଟଣାର ତଦନ୍ତ କରି ସାତ ଜଣଙ୍କୁ ଗିରଫ କରିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023